ଶ୍ରୀରାମ ମନ୍ଦିର ଓ ସିଦ୍ଧ ମହାବୀର ଙ୍କ ବାର୍ଷିକ ଉତ୍ସବ:ଯୋଗ ଦେଲେ ଶିଳ୍ପ ମନ୍ତ୍ରୀ ତିର୍ତ୍ତୋଲ-୧୨/୫-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ରେ ଥିବା ପ୍ରଭୁ ଶ୍ରୀରାମ ଙ୍କ ଦ୍ୱିତୀୟ ଓ ସିଦ୍ଧ ମହାବୀର ଙ୍କ ଦଶମ ତମ ବାର୍ଷିକ ମହୋତ୍ସବ ଖୁବ ଧୁମ ଧାମ ରେ ପାଳିତ ହୋଇ ଯାଇଛି, ପଂଚାୟତ ର ପ୍ରତ୍ୟକ ଶ୍ରଦ୍ଧାଳୁ ଙ୍କ ସମେତ ଆଖ ପାଖ ର ଅନେକ ଶ୍ରଦ୍ଧାଳୁ ଙ୍କ ସମାବେଶ ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲା, ଆଠ ତାରିଖ ରୁ ଏଗାର ତାରିଖ ବ୍ୟାପି ଏହି କାର୍ଯ୍ୟ ଓ ନୀତିକାନ୍ତି, ପୂଜାର୍ଚନା ଖୁବ ସୁରୁଖୁରୁରେ...
ପଦ୍ମଲୋଚନ ସାହିତ୍ୟ ସାଧନ କେନ୍ଦ୍ର ପକ୍ଷ ରୁ ସାରସ୍ୱତ ସମ୍ମେଳନ ଓ ସମ୍ୱର୍ଦ୍ଧନା ଉତ୍ସବ ତିର୍ତ୍ତୋଲ, ୧୨/୫-(ରିପୋର୍ଟ-ଟୁକନ ସେଠୀ)- ପଦ୍ମଲୋଚନ ସାହିତ୍ୟ ସାଧନ କେନ୍ଦ୍ର ହଳଦିଆ ପକ୍ଷ ରୁ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପୁରୀଜେନା ଠାରେ ସାରସ୍ୱତ ସମ୍ମେଳନ ଓ ସମ୍ୱର୍ଦ୍ଧନା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟ ସାଧନ କେନ୍ଦ୍ର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଖଡ଼ଗପୁର ସ୍ଥିତ ଲକ୍ଷ୍ମୀ ନୃସିଂହ ସଂସ୍କୃତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବାବାଜୀ ଚରଣ ପଢ଼ିଆରି ଯୋଗଦେଇ ଭାରତର ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାରେ...
ଚତୁର୍ଦଶୀ ମେଳାରେ ଖୋଲିଲା ଅସହାୟ ଲୋକଙ୍କ ପାଇଁ ବସ୍ତ୍ରଦାନ ଷ୍ଟଲ* ଆଜି ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ଅରିଲୋ ସ୍ଥିତ ପରିବାର ତୀର୍ଥ ଶିଶୁ ଅନନ୍ତ ଆଶ୍ରମରେ ରାଷ୍ଟ୍ର ପ୍ରସିଦ୍ଧ ଚତୁର୍ଦଶୀ ମେଳା ଅବସରରେ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆଙ୍କ ମାର୍ଗ ଦର୍ଶନରେ ବିଶିଷ୍ଟ ସମାଜସେବୀ ତଥା ବସ୍ତ୍ରହୀନଙ୍କ ବନ୍ଧୁ ଭାବେ ପରିଚିତ ଶ୍ରୀଯୁକ୍ତ ଗଗନ ବିହାରୀ ପାଇଟାଲଙ୍କ ଉଦ୍ୟମରେ ଏକ ଷ୍ଟଲ ଖୋଳାଯାଇ କିଛି ଦରିଦ୍ର ଓ ନିଃସହାୟ ଲୋକଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା, ଏହି କାର୍ଯ୍ୟକ୍ରମକୁ ବାବା ବଳିଆଙ୍କ ଶିଷ୍ୟ ତଥା ସମାଜସୁଧାରକ ଡ଼ଃ ଅରୁଣ କୁମାର ପାଣି ଆନୁଷ୍ଠାନିକ ଭାବେ ଉଦଘାଟନ...
ବୁଗୁଡ଼ାରେ ନୃସିଂହ ଚର୍ତୁଦଶୀ ପାଳିତ ବୁଗୁଡ଼ା,୧୨/୦୫(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ବଳଦେବ ମନ୍ଦିରପରିସରସ୍ଥ ନୃସିଂହ ମନ୍ଦିରରେ ରବିବାର ଦିନ ନୃସିଂହ ଚର୍ତୁଦଶୀ ପାଳିତ ହୋଇଯାଇଛି । ଏ ଅବସରରେ ପୂର୍ବାହ୍ନରେ ଠାକୁରଙ୍କ ଷୋଡ଼ଶୋପଚାର ପୂଜା, ମଙ୍ଗଳ ଆଳତି, ଅଭିଷେକ ଏବଂ ସନ୍ଧ୍ୟା କାଳରେ ମହା ଆଳତି, ହୋମ ସହ ନୃସିଂହନାଥଙ୍କ ଜନ୍ମୋତ୍ସବ ପାଳିତ ହୋଇଥିଲା । ପୁରୋହିତ ରାମାନୁଜ ମହାପାତ୍ର , ଦୁର୍ଗା ମାଧବ ପାଣି ଓ ପଦ୍ମ ଚରଣ ଦାଶ ଶର୍ମାଙ୍କ ପୌରହିତ୍ୟରେ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଜଗନ୍ନାଥ ଅଚକ ଯୁବକ ସଂଘର ସଦସ୍ୟଗଣ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗକରିଥିଲେ । ଠାକୁର ନୃସିଂହନାଥଙ୍କ ଦର୍ଶନାର୍ଥେ...
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଯୁବକ ମୁତ୍ଯୁ ବୁଗୁଡା,୧୨/୫/(ସୋରେନ କୁମାର ପ୍ରଧାନ): ମଇ ୧୧ ତାରିଖ ଥିଲା ବୁଗୁଡା ପଞ୍ଚ ଠାକୁରାଣୀ ଯାତ୍ରାର ଶେଷ ଦିନ। ବିଭିନ୍ନ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଠାକୁରାଣୀ ଯାତ୍ରା ଦେଖିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ବୁଗୁଡା ପୋଲିସ ଥାନା ଅନ୍ତର୍ଗତ କାନସୁକା ଗ୍ରାମର ଓମ୍ ନାୟକ ଓ ଶୁଭମ ନାୟକ ମିଶି ପଞ୍ଚ ଠାକୁରାଣୀ ଯାତ୍ରା ଦେଖିବାକୁ ଆସିଥିଲେ। ବିଳମ୍ବିତ ରାତ୍ରରେ ନିଜ ଗ୍ରାମ କାନସୁକାକୁ ଫେରୁଥିବା ବେଳେ ଷୋହଳମାଇଲି ଏବଂ ବୁଗୁଡା ରାଜ ରାସ୍ତା ଉପରେ କୌଣସି କାରଣ ଯୋଗୁଁ ବାଇକ ଭାରସାମ୍ଯ ହରାଇ ଦୁହେଁ ରାସ୍ତାରେ ପଡି ଗୁରୁତର ଆହାତ...
ଚାଷିମାନଙ୍କ ହକ ପାଇଁ ଚାଷି ସଙ୍ଗଠନ ପଖ୍ୟରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଭାରତୀୟ କିଷାନ ସଂଗଠନ ଚାଷି ଏବଂ ଶ୍ରମିକ ଙ୍କ ଅଧିକାର ପାଇଁ ଲଢ଼ିବା ପାଇଁ କାମ କରେଏହି ଦୁଇଟି ଶ୍ରେଣୀ ଦେଶରେ ସବୁ ଠାରୁ କଠିନ ପରିଶ୍ରମ କରନ୍ତି କିନ୍ତୁ ସେମାନେ ସେମାନଙ୍କ କାମ ଅନୁଯାୟୀ ଫଳାଫଳ ପାଆନ୍ତି ନାହିଁ ପ୍ରାୟତଃ ଦେଖାଯାଉଛି ଚାଷି ନିରନ୍ତର କ୍ଷେତ ରେ କାର୍ଯ୍ୟ କରୁଛି ସେ ଚାଷି ଟି କିଛି ପାଇପାରୁ ନାହଁ ଆମେ ସେହି ଶ୍ରେଣୀ ଗୁଡିକ ବିଷୟରେ କଥା ହେଉଛୁ ଯେଉଁ ଗୁଡିକ ହେଲା କାମରେ ବୋଝ ଏବଂ ସେମାନଙ୍କର ଅଧିକାର ବିଷୟରେ କଥା...
ଶୁଆକଣ ଅଞ୍ଚଳ ରେ ବାଲ୍ୟ ବିବାହ କରିଥିବା ନାବାଳିକା ଉଦ୍ଧାର ନାଉଗାଁ ୧୨/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକ ସ୍ତିତ ଶୁଆକଣ ଅଞ୍ଚଳ ରେ ବାଲ୍ୟ ବିବାହ କରିଥିବା ପଟ୍ଟାମୁଣ୍ଡେଇ ଅଞ୍ଚଳ ର ନାବାଳିକା କୁ ଉଦ୍ଧାର କରିଛି ନାଉଗାଁ ଶିଶୁ ସୁରକ୍ଷା ଓ ମଙ୍ଗଳ ଅଧିକାରୀଣି ଙ୍କ ସହିତ ଜିଲ୍ଲା ଶିଶୁ ସୁରକ୍ଷା କମିଟି l ସୂଚନା ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ଅଧିନ ପଟ୍ଟାମୁଣ୍ଡେଇ ଅଞ୍ଚଳ ର ଜୈନିକ ବ୍ୟକ୍ତିଙ୍କର ନାବାଳିକା ଝିଅ ନାଉଗାଁ ଥାନା ଅଞ୍ଚଳ ର ଜୈନିକ ଯୁବକ ଅପହରଣ କରି ଥିବା ନେଇ ଏକ ଅଭିଯୋଗ ହେବା ପରେ, ଜଗତସିଂହପୁର ଜିଲ୍ଲା ଶିଶୁ ସୁରକ୍ଷା କମିଟି...
ଟାଇଲି ମିସ୍ତ୍ରୀକୁ ଛୁରା ମାଡ଼ ଘଟଣାରେ ଅଭିଯୁକ୍ତକୁ ଗିରଫ କଲା ନାଉଗାଁ ପୁଲିସ। ନାଉଗାଁ ୧୨/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକ ଅନ୍ତର୍ଗତ କୋରୁଅ ନିକଟରେ ଟାଇଲ୍ ମିସ୍ତ୍ରୀ କୁ ଛୁରୀ ରେ ଆକ୍ରମଣ ଘଟଣା ରେ ସମ୍ପୃକ୍ତ ଅଭିଯୁକ୍ତ କୁ ସେହି ଅଞ୍ଚଳ ରୁ ଗିରଫ କଲା ନାଉଗାଁ ପୋଲିସ l ସୂଚନା ମୁତାବକ ଗତ ପାଞ୍ଚ ତାରିଖ ଦିନ ନାଉଗାଁ ଥାନା ଅଞ୍ଚଳ ର କୋରୁଅ ନିକଟରେ ଭୁବନ ଅଞ୍ଚଳ ର ଟାଇଲ୍ ମିସ୍ତ୍ରୀ ରାଜ କୁମାର ସାହୁ କୁ କୋରୁଅ ଗ୍ରାମର ଉଗ୍ରେସନ ସ୍ୱାଇଁ ଙ୍କ ପୁଅ ଲିଟୁ ସ୍ୱାଇଁ ଉକ୍ତ ମିସ୍ତ୍ରୀ କୁ ଅଟକାଇ...
ମରିଯିବ ଦେବୀ ନଦୀ ! ତିନି ଜିଲ୍ଲାର କୃଷି ପ୍ରଭାବିତ ବିପନ୍ନ ହେବ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା ଜଗତ ସିଂହପୁର ସହର ନିକଟ ଦେଇ ପ୍ରବାହିତ ହେଉଛି ଦେବୀ ନଦୀ । ଦେବୀ ନଦୀ ଜଗତ ସିଂହପୁରର ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ରହିଛି । କୃଷି,ଜଳ ସେଚନ,ପାନୀୟ ଜଳ ଯୋଗାଣ ସହ ନଦୀ ତଟବର୍ତ୍ତି ଅଞ୍ଚଳରେ ଅନେକ ଛୋଟ ଛୋଟ କୁଟୀର ଶିଳ୍ପ ଗଢି ଉଠିଛି । ଏହା ସହ ନଦୀରୁ ମାଛ ମାରି ହଜାର ହଜାର ଲୋକେ ବଞ୍ଚି ଆସୁଛନ୍ତି ।ବିଶେଷ କରି ଜଗତ ସିଂହପୁର ଜିଲ୍ଲା ସଦର ମହକୁମା ଠାରୁ ୫୦ କିମି ମଧ୍ୟରେ ଏହି ନଦୀର...
ଧର୍ମ ପ୍ରାଣl ଶତାୟୁ ମହିଳା ଧୋବଣୀ ଦେଈ ଙ୍କ ପରଲୋକ ତିର୍ତ୍ତୋଲ-୧୨/୫-(ରିପୋର୍ଟ-ଟୁକନ ସେଠୀ)-ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ପଞ୍ଚାୟତ ଅଧିନ ତଥା ମାଆ ସାରଳା ଙ୍କ ପ୍ରାଚୀନ ପୀଠ ସ୍ଥଳି ଲଣ୍ଡାଦେଉଳ, ବଡ଼ଶାରୋଳ ( ହରିପୁର) ଗ୍ରାମର ଧର୍ମ ପ୍ରାଣl ଶତାୟୁ ମହିଳା ଧୋବଣୀ ଦେଈ ( ୧୦୧) ଙ୍କର ଗତ ସୋମବାର...
ସମ୍ବାଦ ସାହିତ୍ୟଘର ବାର୍ଷିକ ଉତ୍ସବ । - କୁଜଙ୍ଗ ବନବିହାରୀ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ କୁଜଙ୍ଗ 'ସମ୍ବାଦ ସାହିତ୍ୟଘର' ର ବାର୍ଷିକ ଉତ୍ସବ ଅନୁଷ୍ଠିତ । ଆୟୋଜିତ ଏହି ଉତ୍ସବ ରେ ଉଦଘାଟକ ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ଼ ର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ...
ବୁଗୁଡ଼ା ଠାକୁରାଣୀ ଯାତ୍ରା ଉଦଯାପିତ , ସ୍ବ ସ୍ବ ମନ୍ଦିରକୁ ପଞ୍ଚ ଠାକୁରାଣୀଙ୍କ ପ୍ରତ୍ଯାବର୍ତ୍ତନ , ମହାସମାରୋହରେ ମା'ଙ୍କୁ ମେଲାଣି, ଲୋକାରଣ୍ୟ ପାଲଟିଲା ସହର ବୁଗୁଡ଼ା,୧୨/୦୫(ସୋରେନ କୁମାର ପ୍ରଧାନ): ଗତ ଏପ୍ରିଲ ୨୫ ତାରିଖରୁ ଶୁଭାରମ୍ଭ ହୋଇଥିବା ସପ୍ତଦଶ ଦିବସୀୟ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ମେ ୧୧ ତାରିଖ ରେ ଉଦଯାପିତ ହୋଇଯାଇଛି । ଶ୍ରଦ୍ଧାଳୁଙ୍କ ଠାରୁ ମେଲାଣି ନେଇ ମା ବ୍ଯାଘ୍ରଦେବୀ, ମା ମାଉଁଦେଈ, ମା ମାଳିଝୋଳା, ମା ବୁଢୀଠାକୁରଣୀ, ମା ନାରାୟଣୀ ଆଦି ପଞ୍ଚ ଠାକୁରାଣୀ ସ୍ବ ସ୍ବ ମନ୍ଦିରକୁ ପ୍ରତ୍ଯାବର୍ତ୍ତନ କରିଥିବା ବେଳେ ଅନ୍ତିମ ନଗର ଭ୍ରମଣି କାର୍ଯ୍ୟକ୍ରମ ମହାସମାରୋହରେ...