ଶ୍ରୀଶ୍ରୀ ବିଷ୍ଣୁଦେବଙ୍କ ମନ୍ଦିରରେ ୧୧ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞରେ ଶହଶହ ଭକ୍ତଶ୍ରଦ୍ଧାଳୁଙ୍କ ସମାଗମ* ଜଗତସିଂହପୁର,୪/୬/୨୦୨୫ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ ତଅଁରା ପଞ୍ଚାୟତର ଖର୍ଦ୍ଧାସାହି ଗ୍ରାମରେ ଅବସ୍ଥିତ ଶ୍ରୀଶ୍ରୀ ବିଷ୍ଣୁ ମନ୍ଦିର ପ୍ରାଙ୍ଗଣରେ ଦୀର୍ଘ ବର୍ଷ ଧରି ଅଞ୍ଚଳର ଶାନ୍ତି ପ୍ରତିଷ୍ଠା ପାଇଁ ଶ୍ରୀ ଶ୍ରୀ ବିଷ୍ଣୁ ବିଶ୍ଵଶାନ୍ତି ମହାଯଜ୍ଞ ସୁଚାରୁରୂପେ ଚାଲୁଥିବାବେଳେ ଚଳିତ ବର୍ଷ ଶ୍ରୀ ବିଷ୍ଣୁ ବିଶ୍ବସାନ୍ତି ମହାଯଜ୍ଞ ଆରମ୍ଭ ହୋଇଅଛି ଗତ ୧ତାରିଖର ଦିନ ଅଙ୍କୁରାରୋପଣ, ଶୁଭଧୀବାସ କରାଯାଇ ୨ତାରିଖରେ କଳସ ଯାତ୍ରା ସହ ଯଜ୍ଞର ଅଗ୍ନି ସ୍ଥାପନ କରାଯାଇଥିଲା, ୩ତାରିଖ ଦିନ ଗୁରୁପୂଜା ,ସୂର୍ଯ୍ୟପୂଜା ,ଗୋପୂଜା , ଧରିତ୍ରୀ ପୂଜା,ବିଷ୍ଣୁ ସହସ୍ରାର୍ଜ୍ଜୁନ...
ଯୌତୁକ ଦେଇ ନପାରିବାରୁ ନବବିବାହିତ ମହିଳାଙ୍କର ମୃତ୍ୟୁ, ଥାନାରେ ଲିଖିତ ଅଭିଯୋଗ ଝିଅକୁ ହତ୍ୟା କରାଯାଇଛି? ଏରସମା ବ୍ଲକ ଅନ୍ତର୍ଗତ ଗଡକୁଜଙ୍ଗ ଗ୍ରାମର ସୁବାସ ମହାନ୍ତି ଙ୍କ ଝିଅ ସୋନାଲି ସୁଚିସ୍ମିତା ମହାନ୍ତି(୨୪)ଙ୍କର ସେହି ଗ୍ରାମର ଅଭିରାମ ସାହୁ ଙ୍କ ଏକ ମାତ୍ର ପୁଅ ଅରବିନ୍ଦ ସାହୁଙ୍କ ସହିତ ଗତ ଡିସେମ୍ବର ମାସ ଚାରି ତାରିଖରେ ବୈଦିକ ରୀତିରେ ବିଭାହ ପରିବାର ବୁଝାବଣା ହୋଇଥିଲା । ସ୍ଥାନୀୟ ଅଭୟ ଚାନ୍ଦ ପୁର ଥାନାରେ ଝିଅର ବାପା ସୁବାସ ମହାନ୍ତି ଲିଖିତ ଅଭିଯୋଗ କରିଛନ୍ତି ଯେ ଝିଅ ସୋନାଲିଙ୍କ ଉପରେ ତାର ଶଶୁର...
ନୃଶଂସ ନାତି ଜେଜେମାକୁ ପିଟିପିଟି ମାରିଦେଲା ବୀଚ ରାସ୍ତାରେ ...() ପାରିବାରିକ କଳହ ରୁ ଅଭାବନୀୟ ଘଟଣା । ନାତି ପିଟି ପିଟି ମାରିଦେଲେ ଜେଜେ ମା କୁ । ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ନାଇକାଣିପଲ୍ଲୀ ଗ୍ରାମରେ । ମୃତକ ଜେଜେ ମା ହେଲେ ଅନି ସ୍ୱାଇଁ । ଗତ ବିଳମ୍ବିତ ରାତିର କିଛି କାରଣ କୁ ନେଇ ଜେଜେ ମା ଓ ନାତି ମଧ୍ୟରେ ପାଟିତୁଣ୍ଡ ହେବାରୁ ନାତି ଚିତ୍ରସେନ ସ୍ବାଇଁ ଜେଜେ ମା କୁ ଘରୁ ବାହାରକୁ ଭିଡ଼ି ଆଣି ରୋଡ ଉପରେ କଚାଡି ବା ସହ ମାଡ଼ ମରିଥିଲା...
ପଟିଆ ପଞ୍ଚାୟତଅନ୍ତର୍ଗତ କୁଶୁପଲା ଗ୍ରାମର ନିରୀହ ଆଦିବାସୀ ଭାଇ ଭଉଣୀମାନେ ନିଜ ମାଟି ପାଇଁ ଲଢେଇ କରି କାରାଗାର ଭିତରେ କଷ୍ଟ ପାଉଥିବାବେଳେ ତାଙ୍କର ପରିବାରର ମହିଳା,ଶିଶୁ, ଓ ବୃଦ୍ଧା ଵୃଦ୍ଧ ମାନେ ଭୋକ ଉପାସରେ କାଳାତିପାତ କରୁଥିବା ଖବର ଶୁଣି ଯୁବ ନେତା ପ୍ରଫୁଲ୍ଲ କୁମାର ନାୟକଙ୍କ ନେତୃତ୍ୱରେ ଓ ଜନ ପ୍ରତିନିଧି ମାନଙ୍କ ସହାୟତାରେ ବିଜୁ ଜନତା ଦଳର କର୍ମୀମାନଙ୍କୁ ସାଥିରେ ନେଇ ସହାୟତର ହାତ ବଢ଼ାଇ ଥିଲେ ଏବଂ ଖୁବ ଶୀଘ୍ର କାରାଗାରରୁ ମୁକ୍ତ କରାଇବା ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେବୃନ୍ଦାବନ ମହାନ୍ତି, ସଂଗ୍ରାମ କେଶରୀ ମାର୍ଥା, ବିଜୟ କୁମାର...
ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ରେ ବିଶ୍ୱ ପରିବେଶ ଦିବସ ପାଳିତ ରାଇରଙ୍ଗପୁର ତା:୫/୬/୨୦୨୫ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଶ୍ରୀ ରବି ଶଙ୍କର ଶତପଥୀଙ୍କ ପୌରହିତ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥୀ " ମା' ପାଇଁ ଗଛ ଟିଏ" ଅଭିଯାନର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର କେରଲା ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ଶ୍ରୀମତୀ ସନ୍ତୋସୀ ରାମ ଯୋଗଦାନ କରି ପରିବେଶ ଓ ପ୍ଲାଷ୍ଟିକ ର ଅପବ୍ୟବହାର ରୋକିବା ପାଇଁ ବକ୍ତବ୍ୟ ରଖିଥିଲେ।ଜାତୀୟ ସେବା ଯୋଜନା ତରଫରୁ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ରାଜେନ୍ଦ୍ର...
, ମହିଳା ମଙ୍ଗଳ ଯୋଜନା ତରଫରୁ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତହୋଇଯାଇଅଛି,ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଭୁତୁମୁଣ୍ଡାଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ସାମାଜିକ ଏବଂ ପରିବେଶ ସଙ୍ଘଠନ ଓ ମା ଫାଉଣ୍ଡେସନ ଚାରିବାଟିଆ ଚୌଦ୍ୱାର କଟକ ଜରିଆରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି. ଏହି କାର୍ଯ୍ୟକ୍ରମ ରେ ମହିଳା ମଙ୍ଗଳ ଯୋଜନା ର ମେମ୍ବର ମାନଙ୍କୁ ନେଇ ଏକ ବୈଠକ ହୋଇଥିଲା, ଏହି ବୈଠକ ରେ ମୁଖ୍ୟ ଅତିଥି ଭୁତୁମୁଣ୍ଡାଇ ପଂଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଲୋହିତ କୁମାର ଜେନା ଉଦ୍ଘାଟନ କରିଥିଲେ, ଅନ୍ୟ...
(ଗଣ ଶିକ୍ଷକ ଙ୍କ ବିରୋଧ ରେ ଗଣ ଆନ୍ଦୋଳନ -ଉଚ୍ଚ ସ୍ତରୀୟ କମିଟି ଦ୍ୱାରା ତଦନ୍ତ ଆରମ୍ଭ ) ଜଗତସିଂହପୁର ତା =5/6/25 ବାଲିକୁଦା ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଅଧୀନରେ ଥିବା ରାମତୋଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବେଆଇନି ଭାବେ ଗଣ ଶିକ୍ଷକ ଙ୍କୁ ପ୍ରଧାନ ଶିକ୍ଷକ ଦାଇତ୍ୱ ପ୍ରଦାନ କରିବା | ବିଦ୍ୟାଳୟ ରେ ଜାତିଆନା ଆକ୍ଷେପ | ପାଠ ପଢ଼ାରେ ତ୍ରୁଟି | ମଧ୍ୟାହ୍ନ ଭୋଜନ ରେ ବ୍ୟାପକ ଅନିୟମିତତା କାର୍ଯ୍ୟକୁ ନେଇ ଅଭିଭାବକ ମହଲ ରେ ଅସନ୍ତୋଷ ଦେଖାଦେବ ଦ୍ୱାରା ଘଟଣା ସମ୍ପର୍କ ରେ ଅଭିଭାବକ ମାନେ ଜ଼ିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ...
ବୁଗୁଡ଼ା-ପୋଲସରା ମୁଖ୍ୟ ସଡକ କଡରେ ବିପଦ ଶଙ୍କୁଳ ଅବସ୍ଥାରେ ବିରାଟ ଶୁଖିଲା ଗଛ , ପାଲଟିଛି ୨ଟି ଦୁର୍ଘଟଣାର ମୁକସାକ୍ଷୀ, ଉଚ୍ଛେଦ ଜରୁରୀ ହେତୁ ପ୍ରଶାସନିକ ଦାବି ବୁଗୁଡା,୦୪/୦୬(ସୋରେନ କୁମାର ପ୍ରଧାନ): ବୁଗୁଡ଼ା-ପୋଲସରା ମୁଖ୍ୟ ସଡକ ଅନ୍ତର୍ଗତ ଗୋଲିଆ ଗାଁ ନିକଟସ୍ଥ ମୋହିଦଣ୍ଡାଠାରେ ଏକ ବିରାଟ ଶୁଖିଲା ଥୁଣ୍ଟା କାକପୋଇ ଗଛ ବିପଦ ଶଙ୍କୁଳ ଅବସ୍ଥାରେ ରହିଥିବା ଜଣାଯାଇଛି । ଉକ୍ତ ଗଛଟି ପବନରେ କେତେବେଳେ ଯେ ଭାଙ୍ଗି ପଡି ବିପଦ ସୃଷ୍ଟି କରିବ ତାହା କହି ହେଉନି । ଉକ୍ତ ମୁଖ୍ୟ ସଡକ ଦେଇ ଶତାଧିକ ଯାନବାହାନ ଚଳାଚଳ ସାଙ୍ଗକୁ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଯାତାୟାତ...
ପିପୁଲ୍ସ କଲେଜରେ ନୂତନ ଅଧ୍ଯକ୍ଷଙ୍କ ଦାୟିତ୍ବ ଗ୍ରହଣ ବୁଗୁଡା,୦୪/୦୬(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜରେ ନୂତନ ଅଧ୍ଯକ୍ଷ ଭାବେ ପ୍ରଧ୍ଯାପକ ଡ. ପୁରୁଷୋତ୍ତମ ମିଶ୍ର ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ସୋନପୁର ଜିଲ୍ଲାର ଧର୍ମଶାଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଆ ବିଭାଗୀୟ ପ୍ରାଧ୍ଯାପକ ଭାବେ କାର୍ଯ୍ଯରତ ଥିଲେ। ତେବେ ନୂତନ ଅଧ୍ଯକ୍ଷ କାର୍ଯ୍ୟରେ ଯୋଗଦାନ କରିବା ପରେ କଲେଜର ପ୍ରାକ୍ତନ ଭାରପ୍ରାପ୍ତ ଅଧ୍ଯକ୍ଷ ହରିକୃଷ୍ଣ ନାୟକଙ୍କ ସମେତ ଅଧ୍ୟାପକ ଓ କର୍ମଚାରୀଗଣ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ । ସେ ଦାୟିତ୍ବ ଗ୍ରହଣ ପରେ କଲେଜର ଶୈକ୍ଷିକ...
ଡ଼କ୍ଟର ସୁନାକର ବେହେରା ଙ୍କୁ ଜାତୀୟ ମୁଖପାତ୍ର ଓ ବିଜୟ କୁମାର ବିଶ୍ୱାଳ ଙ୍କୁ ରାଜ୍ୟ କାର୍ଯ୍ୟକାରି ସଭାପତି ଦାଇତ୍ୱ ପ୍ରଦାନ* - *ରାହାମା ଇମିସ ୦୩/୦୬ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ସଂଗଠନ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ଜାତୀୟ ମୁଖପାତ୍ର ଭାବେ ଜଗତସିଂହପୁର ଜିଲ୍ଲାର ଜଣାଶୁଣା ବିଶିଷ୍ଟ ସମାଜସେବୀ ଆଡ଼ଭୋକେଟ ଡ଼କ୍ଟର ସୁନାକର ବେହେରାଙ୍କୁ ପୁନର୍ବାର ନିଯୁକ୍ତ କରାଯାଇଅଛି।ଡ଼ଃ ବେହେରା ଦୀର୍ଘ ପାଞ୍ଚବର୍ଷ ଧରି ଖାଉଟି ମାନଙ୍କ ଅଧିକାର ସାବ୍ୟସ୍ତ କରିବା, ଖାଉଟି ସଚେତନତା ଓ କଲ୍ୟାଣ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାନ ରାଜ୍ୟ ଓ ଜାତୀୟ ସ୍ତରରେ ରୂପାୟନ କରି ଆସୁଅଛନ୍ତି। ଏବଂ...
ଜଳ ଭଣ୍ଡାର ନିର୍ମାଣ ଦାବୀ ସମାବେଶରେ ଓକିଲ ଙ୍କୁ ସମ୍ମାନ ଜଣାଇଲା ରାଜ୍ୟ ସାମ୍ବାଦିକ ସଂଘ | ~~~~~~~~~~~~~~~ ଜଗତସିଂହପୁର /ନିଆଳି 4/6/2025ଦେବୀନଦୀରେ ଦେବୀଦୋଳ ଠାରେ. ଓ କନ୍ଦଳ ନଦୀରେ ବିଳାଶୁଣି (ବାଲିକୁଦ )ଠାରେ ଜଳ ଭଣ୍ଡାର ଓ ଚେକଡ୍ୟାମ ନିର୍ମାଣ କରିବା ପାଇଁ ଏକ ଦାବୀ ସମାବେଶ ଶିବିର ପହଙ୍ଗା ବଢ଼େଇସାହି କୁତ୍ତାମଚଣ୍ଡୀ ମନ୍ଦିର ରେ ଜୁନ ଏକ ତାରିଖ (ରବିବାର )ଅନୁଷ୍ଠିତ ହୋଇଥିଲା | ଜଗତସିଂହପୁର. କଟକ. ପୁରୀ ଖୋର୍ଦ୍ଧା ଜିଲ୍ଲା ରୁ 2ଶହ ସାମ୍ବାଦିକ ଓ ସମାଜ ସେବୀ ମାନେ ଯୋଗ ଦେଇଥିଲେ |ସାମ୍ବାଦିକ କଲ୍ୟାଣ ପାଣ୍ଠି ଅଧକ୍ଷ ବରିଷ୍ଠ ସାମ୍ବାଦିକ ଗଗନ ସାହୁ ସଭାପତିତ୍ୱ କରିଥିଲେ |ଜଳଭଣ୍ଡାର...
ବିଧାୟକ ଦ୍ବାରା ନୂତନ ରାସନ୍ କାର୍ଡ ଓ ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ଗଞ୍ଜାମ:- ଆସିକା ବ୍ଳକ ଅନ୍ତର୍ଗତ ଜୟପୁର ପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ନୂତନ ରାସନ୍ କାର୍ଡ ଓ ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ଉତ୍ସବ ପୂର୍ବାହ୍ନ ୧୧ଟା ବେଳେ ଅନୁଷ୍ଠିତ ହୋଇଯାଇଛି। ଆସିକା ବିଧାୟକ ଙ୍କ ଦ୍ଵାରା ସମସ୍ତ ହିତାଧିକାରୀ ମାନଙ୍କୁ ନୂତନ ରାସନ୍ କାର୍ଡ ଓ ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ। ପଂଚାୟତ ର ସମସ୍ତ ଗ୍ରାମ କୁ ପ୍ରଦାନ କରିଥିବା ଅର୍ଥ ରାଶି ଉପରେ ଉପସ୍ଥିତ ଜନତାଙ୍କ ସମ୍ମୁଖରେ ପରି ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ବେଳେ ଉପସ୍ଥିତ...