ତୃତୀୟ ଦିନରେ ବୁଗୁଡ଼ା ଠାକୁରାଣୀ ଯାତ୍ରା , ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା ଆରମ୍ଭ ବୁଗୁଡ଼ା,୨୭/୦୪(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଠାକୁରାଣୀ ଯାତ୍ରାର ଦ୍ବିତୀୟ ଦିବସରେ ବିଶ୍ରାମ ନେବା ପରେ ଆଜି ତୃତୀୟ ଦିନରେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ୧୦୮ ଆଳତି ପରେ ସୁଲୋଚନା ଡାକୁଆ, ପୂର୍ଣବାସୀ ପଣ୍ଡା,ଦ୍ରୌପଦୀ ପାତ୍ର, ସଞ୍ଜୁକ୍ତା ସାହୁ ଓ ରଞ୍ଜିତା ସାହୁ ପ୍ରମୁଖ ମହିଳାଗଣ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ଅସ୍ଥାନରୁ...
ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ମାତା ମାଳତୀ ମଲ୍ଲିକଙ୍କ ଦ୍ବାଦଶାହ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଗୁଡ଼ା,୨୭/୦୪(ସୋରେନ କୁମାର ପ୍ରଧାନ): ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ମାତା ମାଳତୀ ମଲ୍ଲିକଙ୍କ ଦ୍ବାଦଶାହ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋକୁଳାନନ୍ଦଙ୍କ ପୈତୃକ ଗ୍ରାମ ବୁଗୁଡ଼ା ବ୍ଲକର ଘୋଳପୁର ଗ୍ରାମସ୍ଥ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦ୍ବାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ l ମୁଖ୍ୟମନ୍ତ୍ରୀ ମୋହନ ଚରଣ ଆଜି ଅପରାହ୍ନରେ ହେଲିକେପ୍ଟର ଯୋଗେ ଆସି ଘୋଳପୁର ଗ୍ରାମରେ ହୋଇଥିବା ଅସ୍ଥାୟୀ ହ୍ୟାଲିପ୍ୟାଡ଼ରେ ଅବତରଣ କରିଥିଲେ l ମନ୍ତ୍ରୀ ଗୋକୁଳାନନ୍ଦ...
ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ପାଇଁ ପ୍ରସ୍ତୁତି ବୈଠକ* - *ରାହାମା ତା ୨୭/୦୪* କୁଜଙ୍ଗ ବ୍ଲକ ଅଧୀନ ସାଇଲୋ ଗ୍ରାମ ପଞ୍ଚାୟତର କନ୍ଦମୂଳ ପଡିଆ ନିକଟରେ ଥିବା ଶ୍ରୀଶ୍ରୀ ଦଧିବାମନ ଜୀୟୁ,ଶ୍ରୀଶ୍ରୀ ମଦନ ମୋହନ ଜୀୟୁ ମଠ ସାଇଲୋ, ରାହାମାର ଶ୍ରୀଜଗନ୍ନାଥ ମହାପ୍ରଭୁ ଙ୍କ ଚଳିତ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ତିନିଠାକୁର ଙ୍କ ତିନି ରଥ ନିର୍ମାଣ ନିମନ୍ତେ ଆସନ୍ତା ପବିତ୍ର ଅକ୍ଷୟ ତୃତୀୟା ଦିବସରେ ରଥକାଠ ଅନୁକୂଳ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ ମଠ ପରିସରରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ମଠ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ରବି ନାରାୟଣ ସାହୁ ସଭାପତିତ୍ୱ କରି ବୈଠକରେ...
ବାପୁଜୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ |ରାଇଜିଙ୍ଗ ଷ୍ଟାର ଚମ୍ପିୟାନ ଜଗତସିଂହପୁର ତା =27/4/25 ବାଲିକୁଦା ବ୍ଲକ ମୁଲୁଗାଁ ପଞ୍ଚାୟତ ସ୍ଥିତ ବାପୁଜୀ ଷ୍ଟାଡିୟମ ପରିସରରେ ସପ୍ତାହ ବ୍ୟାପି ମୁଲୁଗାଁ କ୍ରିକେଟ ଆସୋସିସନ ଦ୍ୱାରା ଆୟୋଜିତ ବାପୁଜୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି |ଏହି ଟୁର୍ନାମେଣ୍ଟ ରେ ୮ ଟି କ୍ରିକେଟ ଦଳ ଅଂଶ ଗ୍ରହଣ କରିଥିଲେ | ଫକୀରପଡା ରାଇଜିଙ୍ଗ ଷ୍ଟାର କ୍ରିକେଟ କ୍ଳବ ଏବଂ ଜଗତସିଂହପୁର ଲିଟିଲ ଷ୍ଟାର କ୍ରିକେଟ କ୍ଳବ ମଧ୍ୟ୍ୟ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା |ଶେଷରେ ରାଇଜିଙ୍ଗ ଷ୍ଟାର କ୍ରିକେଟ କ୍ଳବ ଚମ୍ପିୟାନ ଏବଂ ଲିଟିଲ ଷ୍ଟାର କ୍ରିକେଟ କ୍ଳବ ରନର୍ସଅଫ ହୋଇଥିଲା...
ଲଟେରୀ ମାଧ୍ୟମରେ ମହିଳା ଜିତିଲେ ଆକର୍ଷଣୀୟ ପୁରସ୍କାର କାକଟପୁର 27/4 କାକଟପୁର ବଜାର ରେ ଏବେ ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଦୋକାନୀ ମାନେ ବିଭିନ୍ନ ପ୍ରକାର ଅଫର ଦେଇ ନିଜ ଦୋକାନ ର ପ୍ରଚାର ଓ ପ୍ରସାର କରିବା କୁ ଲକ୍ଷ୍ୟ ରଖି ଲକି ଡ୍ର କରି ବିଭିନ୍ନ ଉପହାର ଜିତୁଛନ୍ତି ଗ୍ରାହକ, ଏମିତି ଏବେ କାକଟପୁର ବଜାରରେ କେଉଁ ଦୋକନ ର ଅଫର ଲାଗିଛି ଏବଂ ଲକି ଡ୍ର ହେଉଛି ତାକୁ ଦେଖି ଗ୍ରାହକ ଯାଉଛନ୍ତି ଦୋକାନ କୁ, କାକଟପୁର ବଜାରରେ ଥିବା ହାଇ ଫେସନ ଗାର୍ମେଣ୍ଟ ରୁ ଲୁଗା କିଣି ଲକୀ ଡ୍ର...
ତୁଷାର କାନ୍ତି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନିମାପଡା କୁ ହରାଇ ପୁରୀ ପୟୋନିଅର ସେମିରେ କାକଟପୁର 27/4 କାକଟପୁର ପଛ ପଡିଆ ମିନି ଷ୍ଟାଡିଅମ ଠାରେ ଚାଲିଥିବା କାକଟପୁର ୟୁଥ କ୍ଳବ ଆନୁକୂଲ୍ୟରେ ଦ୍ୱିତୀୟ ବାର୍ଷିକୀ ତୁଷାର କାନ୍ତି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ତୃତୀୟ କ୍ଵାଟର ଫାଇନାଲ ଦିବସରେ ନିମାପଡା କ୍ରିକେଟ କ୍ଳବ କୁ ହରାଇ ପୁରୀ ପୟୋନିଅର କ୍ରିକେଟ କ୍ଳବ ସେମି ରେ ପ୍ରବେଶ କରିଛି l ପ୍ରଥମେ ନିମାପଡା କ୍ରିକେଟ କ୍ଳବ ଟଚ ଜିତି ନିର୍ଦ୍ଧାରିତ (20) ଓଭର ରେ ସମସ୍ତ ଉଇକେଟ ହରାଇ (113) ରନ ସଂଗ୍ରହ କରିଥିଲା l (114)...
ସାରଳା ଘଟ ନୃତ୍ୟ ପ୍ରାର୍ଥନା ଚ୍ୟାନେଲ ରେ ଉଚ୍ଚପ୍ରଶଂସିତ ହେଲା ଝଙ୍କଡ଼ ତା ୨୮/୪/୨୦୨୫ ଓଡ଼ିଶାର ସର୍ଵପ୍ରାଚୀନ ତନ୍ତ୍ରଭିତ୍ତିକ ଆଧ୍ୟାତ୍ମିକ ଲୋକନୃତ୍ୟ ସାରଳା ଘଟ ନୃତ୍ୟ ସମ୍ପ୍ରତି ପ୍ରାର୍ଥନା ଚ୍ୟାନେଲ ପକ୍ଷରୁ ପ୍ରସାରିତ ହେବା ପରେ, ରାଜ୍ୟର କୋଣ ଅନୁକୋଣ ରୁ କଳାପ୍ରେମୀ ଦର୍ଶକମାନଙ୍କ ତରଫରୁ ଏହି ଅନୁଷ୍ଠାନର ନିର୍ଦ୍ଦେଶକ, ପ୍ରଯୋଜକ ଓ କଳାକାର ମାନଙ୍କ...
ପ୍ରସ୍ତୁତ ଟ୍ରଷ୍ଟ ପକ୍ଷରୁ ମହାନ୍ ପ୍ରୟାସ, ବନ୍ଦର ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଜଳ ସେବା କେନ୍ଦ୍ର ଉଦଘାଟିତ * ପାରାଦ୍ଵୀପ ଏକ ଅର୍ନ୍ତଜାତୀୟ କ୍ଷତି ସମ୍ପୂର୍ଣ ବୃହତ୍ ବନ୍ଦର। ବଡପଡ଼ିଆ ମାର୍କେଟ ବନ୍ଦର ନଗରୀ ପାରାଦ୍ଵୀପ ର ମୁଖ୍ୟ ବାଣିଜ୍ୟ କେନ୍ଦ୍ର। ପାରାଦ୍ଵୀପ ବନ୍ଦର ଚିକିତ୍ସାଳୟ ,ପୋଲିସ୍ ଷ୍ଟେସନ ଠୁ ଆରମ୍ଭ କରି ସ୍କୁଲ କଲେଜ ବ୍ୟାଙ୍କ୍ କୁ ପ୍ରତିଦିନ ଆସିଥାନ୍ତି ବହୁ ସଂଖ୍ୟାରେ ଲୋକ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଦିନ କୁ ଦିନ ଗରମ ତାତି ବଢିବାର ଲାଗିଛି । ଲୋକା ମାନଙ୍କର ଶୋଷ ମେଣ୍ଟାଇବା ପାଈଁ ପାରାଦ୍ଵୀପ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରସ୍ତୁତ...
ବାଇକ ଦୁର୍ଘଟଣା ରେ ଯୁବକଙ୍କ ମୃତ୍ୟୁ । ପୋଲସରା ୨୫. ୪. ୨୫ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ନିକଟ ଚିରିକିପଡା ଶାସନ ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ଗଛ କୁ ପିଟି ହୋଇଯାଇଥିଲା ଫଳରେ ବାଇକ୍ ଚାଲକ ଜଣଙ୍କର ମୃତ୍ୟୁ ଘଟିଥିଲା | ତେବେ ମୃତକ ଯୁବକ ଜଣକ ହେଲେ ପୋଲସରା ତୋଟା ସାହିର ଭେଙ୍କେଟସ ବେହେରା (45)| ସୂଚନା ଯୋଗ୍ୟ ଯେ ଭେଙ୍କଟସ ନିଜ ବାଇକ ଯୋଗେ ପୋଲସରା ରୁ ନିଜ ଶ୍ୱଶୁର ଘର କୁଆନଳା କୁ ଯାଉଥୁବା ସମୟରେ ଚିରିକିପଡା ଶାସନ ଗୋଲିଆ ରାସ୍ତା ମଧ୍ୟ ଭାଗରେ ଥିବା ଏକ ଗଛ କୁ...
ଚତୁର୍ଥ ବାର୍ଷିକୀ ବଲରା ମହୋତ୍ସବ ଅନୁଷ୍ଠିତ (ସାମ୍ବାଦିକ ଙ୍କୁ ସନ୍ନମାନିତ କଲେ ଅତିଥି ) କାକଟପୁର 26/4 ( ତୁଷାର ଦୀକ୍ଷିତ ) କାକଟପୁର ବ୍ଲକ ଅନ୍ତର୍ଗତ ବଲରା ଠାରେ ଅନୁଷ୍ଠିତ ହୋଇଯାଇଛି ବଲରା ମହୋତ୍ସବ, ଗ୍ରାମବାସୀ ଏବଂ ଯୁବ ବର୍ଗ ମାନଙ୍କ ତରଫରୁ ଆଜକୁ ଚାରିବର୍ଷ ହେବ ଗ୍ରାମର ଯୁବ ଗୋଷ୍ଠୀ ମାନଙ୍କ ନିଷ୍ଠା, ନିଷ୍ଠା ଓ ପ୍ରଚେଷ୍ଟା ଫଳରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଯୁବ ବର୍ଗ ବେଶ ଖୁସିଥିବା ଦେଖା ଦେଇଥିଲା,ପ୍ରତି ବର୍ଷ ପାଖ ଅଞ୍ଚଳ ରେ ବିଭିନ୍ନ ପାଠ୍ୟ କ୍ରମ ଓ ବିଭିନ୍ନ ଦିଗରେ ପାରଦର୍ଶିତା ଲାଭ କରିଥିବା...
ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ * ଜଗତସିଂହପୁର,/ତିର୍ତୋଲ ୨୬/୦୪ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ଉତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଜି ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି | ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ଏହି ସଭାରେ ସମ୍ମାନନୀୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ସଭାପତିତ୍ବ କରି ନିଜ ବକ୍ତବ୍ୟ ରେ କହିଲେ ଯେ,ଓଡ଼ିଶା...
ବୁଗୁଡ଼ା ଠାକୁରାଣୀ ଠାକୁରାଣୀ ଯାତ୍ରାର ଦ୍ବିତୀୟ ଦିବସ , ବିଶ୍ରାମରେ ପଞ୍ଚ ଠାକୁରାଣୀ ବୁଗୁଡ଼ା,୨୬/୦୪(ସୋରେନ କୁମାର ପ୍ରଧାନ): ସପ୍ତଦଶ ଦିବସୀୟ ବୁଗୁଡ଼ା ଠାକୁରାଣୀ ଯାତ୍ରାର ପ୍ରଥମ ଦିବସରେ ଆମନ୍ତ୍ରିତ ହୋଇ ମା’ ମାଉଁଦେଈ , ମା’ ମାଳିଝୋଳା , ମା’ ନାରାୟଣୀ , ମା’ ବୁଢୀ ଠାକୁରାଣୀ ଓ ମା’ ବ୍ଯାଘ୍ରଦେବୀ ଆଦି ପଞ୍ଚ ଠାକୁରାଣୀ ବଡଦାଣ୍ଡସ୍ଥିତ ଅସ୍ଥାୟୀ ମଣ୍ଡପରେ ବିରାଜମାନ ହୋଇଥିବା ବେଳେ ଆଜିର ଦ୍ବିତୀୟ ଦିବସକୁ ବିଶ୍ରାମ ଦିବସ ରୂପେ ଗ୍ରହଣ କରାଯାଇଛି । ଏ ଅବସରରେ ପୁରୋହିତ ନାରାୟଣ ଦାଶ , ବିଭୁତି ଭୂଷଣ ତ୍ରିପାଠୀ , ମନୋଜ କୁମାର ଦାଶ ,...