Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
Article Image

ନାଟ୍ୟ ନିର୍ଦ୍ଦେଶକ ଙ୍କ ବିୟୋଗରେ ଶୋକର ଛାୟା

କାକଟପୁର | 29/04/2025 | ବିକ୍ରମ ଓଡ଼ିଶା ନିୟୁଜ

ନାଟ୍ୟ ନିର୍ଦ୍ଦେଶକ ଙ୍କ ବିୟୋଗରେ ଶୋକର ଛାୟା କାକଟପୁର 29/4 କାକଟପୁର ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ମାଧବାନନ୍ଦ ଯୁବ ନାଟ୍ୟ ପରିଷଦ ର ନାଟ୍ୟ ନିର୍ଦ୍ଦେଶକ ବସନ୍ତ ସାର (64) ଙ୍କର ସୋମବାର ଦିନ ପରଲୋକ ହୋଇଯାଇଛି l ସେ କଣ୍ଟାପଡା ହାଇ ସ୍କୁଲ ର ମୁଖ୍ୟ କିରାଣୀ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ l ତାଙ୍କର ଅକାଳ ବିୟୋଗ ରେ ମାଧବାନନ୍ଦ ନାଟ୍ୟ ପରିଷଦ ସମେତ ବିଭିନ୍ନ ନାଟ୍ୟ ଅନୁଷ୍ଠାନ ରେ ଶୋକ ର ଛାୟା ଖେଳି ଯାଇଛି, ଆଖ ପାଖ ଅଞ୍ଚଳ ରେ ବସନ୍ତ ସାର ବୋଲି ସମସ୍ତେ ତାଙ୍କୁ ଜାଣନ୍ତି...

Article Image

ଆସନ୍ତା ମେ ୨ରୁ ଆରମ୍ଭ ହେବ OJEE ପରୀକ୍ଷା

ଭୁବନେଶ୍ୱର:(ସମୀର ରଞ୍ଜନ ନାୟକ | 29/04/2025 | ବିକ୍ରମ ଓଡ଼ିଶା ନିୟୁଜ

ଆସନ୍ତା ମେ ୨ରୁ ଆରମ୍ଭ ହେବ OJEE ପରୀକ୍ଷା ଭୁବନେଶ୍ୱର:(ସମୀର ରଞ୍ଜନ ନାୟକ) ଓଜେଇଇ ପରୀକ୍ଷା ପାଇଁ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ’ ୨ରୁ ଏହା ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହେବ। ତିନିଟି ସିଫ୍ଟରେ ଏହି ପରୀକ୍ଷା ହେବ। ସାଢ଼େ ୮ଟାରୁ ସାଢ଼େ ୧୦ଟା, ସାଢ଼େ ୧୨ଟାରୁ ସାଢ଼େ ୨ଟା, ଏବଂ ସାଢ଼େ ୪ଟାରୁ ସାଢ଼େ ୬ଟା ଯାଏ ଏହି ପରୀକ୍ଷା ଚାଲିବ। ୨ ତାରିଖରେ ତିନିଟି ସିଫ୍ଟରେ ବି.ଫାର୍ମା ପରୀକ୍ଷା ହେବ।ସେହିପରି ୫ ତାରିଖରେ ପ୍ରଥମ...

Article Image

ଆୟୁଷ୍ମାନ କାର୍ଡକୁ ନେଇ ଦ୍ବନ୍ଦ୍ବ ନାହିଁ ଯେଉଁ ମେଡିକାଲ ନମାନିବେ କଡ଼ା ଆକ୍ସନ ନିଆଯିବ : ମୁକେଶ ମହାଲିଙ୍ଗ, ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର | 29/04/2025 | ବିକ୍ରମ ଓଡ଼ିଶା ନିୟୁଜ

ଆୟୁଷ୍ମାନ କାର୍ଡକୁ ନେଇ ଦ୍ବନ୍ଦ୍ବ ନାହିଁ ଯେଉଁ ମେଡିକାଲ ନମାନିବେ କଡ଼ା ଆକ୍ସନ ନିଆଯିବ : ମୁକେଶ ମହାଲିଙ୍ଗ, ସ୍ବାସ୍ଥ୍ୟ ମନ୍ତ୍ରୀ ଭୁବନେଶ୍ୱର:(ସମୀର ରଞ୍ଜନ ନାୟକ) ସ୍ୱାସ୍ଥ୍ୟସେବାରେ ବଡ ଭୂମୀକା ଗ୍ରହଣ କରିବ ଆୟୁଷ୍ମନ କାର୍ଡ। ଆୟୁଷ୍ମାନ ଯୋଜନାରେ ହିତାଧିକାରୀଙ୍କୁ ଅବହେଳା କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ଆୟୁଷ୍ମାନ ଯୋଜନା ଦ୍ୱାରା ଅନେକ ଗରିବ ଓ ମଧ୍ୟବିତ ଲୋକ ଉପକୃତ ହୋଇଛନ୍ତି। ତେବେ ଏହି ସେବାରୁ ଯେପରି କୌଣସି ବି ହିତାଧିକାରୀ ବାଦ ନପଡନ୍ତି ସେନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ମନ୍ତ୍ରୀ କହିଛନ୍ତି, ଆୟୁଷ୍ମାନରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆୟୁଷ୍ମାନ ଚିକିତ୍ସାରେ କୌଣସି ଅବହେଳାକୁ ବରଦାସ୍ତ...

Article Image

ରାଜ୍ୟ ସ୍ତରରେ ବାଲେଶ୍ୱର ଜିଲ୍ଲାର ଉତ୍ତମ ଟ୍ୱିଟର ମ୍ୟାନ୍ ଭାବେ ସମ୍ବର୍ଦ୍ଧିତ ହେଲେ ମୁକେଶ

ବାଲେଶ୍ଵର | 29/04/2025 | ବିକ୍ରମ ଓଡ଼ିଶା ନିୟୁଜ

ରାଜ୍ୟ ସ୍ତରରେ ବାଲେଶ୍ୱର ଜିଲ୍ଲାର ଉତ୍ତମ ଟ୍ୱିଟର ମ୍ୟାନ୍ ଭାବେ ସମ୍ବର୍ଦ୍ଧିତ ହେଲେ ମୁକେଶ* ଟୁଇଟର 'ଏକ୍ସ’ ଜରିଆରେ ଲୋକଙ୍କ ସମସ୍ୟାର ସମାଧାନ କରୁଥିବାରୁ ପୁରୀ ସଂସ୍କୃତି ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଚତୁର୍ଥ ବାର୍ଷିକ ଉତ୍ସବରେ ବାଲେଶ୍ଵର ଜିଲ୍ଲାର ମୁକେଶ ଦଳାଇ ଟୁଇଟର ବା ଏକ୍ସ ମ୍ୟାନ୍ ଭାବେ ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ ହୋଇଛନ୍ତି।ଟିମ୍ ‘ଆଟା’ ର କର୍ମକର୍ତ୍ତା ସାରା ରାଜ୍ୟରେ କାମ କରୁଥିବା ବେଳେ ମୁକେଶ ବାଲେଶ୍ବର ଜିଲ୍ଲାରେ ଜିଲ୍ଲା ସଂଯୋଜକ ଭାବେ କାମ କରନ୍ତି।ଲୋକଙ୍କ ସମସ୍ୟା ଦେଖି ପ୍ରତିଦିନ ମୁକେଶ ଏକ୍ସ ମାଧ୍ୟମରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିଆସୁଛନ୍ତି | ୪ ବର୍ଷ ଭିତରେ...

Article Image

ପାରାଦୀପ ବନ୍ଦର ଗୋପବନ୍ଧୁ ଷ୍ଟାଡିୟମରେ ଆରମ୍ଭ ହେବ ୨୬ତମ ମିନି ଏବଂ ଯୁବ ଜାତୀୟ ଟେନିସ୍ ଭଲିବଲ୍ ଚାମ୍ପିଅନସିପ୍।

ପାରାଦ୍ୱୀପ | 29/04/2025 | ବିକ୍ରମ ଓଡ଼ିଶା ନିୟୁଜ

ପାରାଦୀପ ବନ୍ଦର ଗୋପବନ୍ଧୁ ଷ୍ଟାଡିୟମରେ ଆରମ୍ଭ ହେବ ୨୬ତମ ମିନି ଏବଂ ଯୁବ ଜାତୀୟ ଟେନିସ୍ ଭଲିବଲ୍ ଚାମ୍ପିଅନସିପ୍। ପାରାଦୀପ ବନ୍ଦର ଓ ଓଡ଼ିଶା ଟେନିସ ଭଲିବଲ୍ ସଂଘ ମିଳିତ ଭାବେ ଏହି ଚମ୍ପିୟନସିପ୍ କୁ ଆୟୋଜନ କରିଥିବା ବେଳେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏହି ଟେନିସ ଭଲିବଲ୍ ଚମ୍ପିୟନସିପ୍ ରେ ୨୩ ଟି ରାଜ୍ୟ ର ପୁଅ ଓ ଝିଅ ମିଶି ୬ଶହ ଟେନିସ ଭଲିବଲ୍ ଖେଳାଳି ଭାଗ ନେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ଚମ୍ପିୟନସିପ୍ ମେ ୨ତାରିଖ ରୁ ୪ତାରିଖ ପର୍ଯ୍ୟନ୍ତ ୩ଦିନ...

Article Image

ଅଲ ଓଡିଶା ଇ ପି ଏଫ ଆସୋସିଏସନ ର ଜିଲ୍ଲା ପାଳ ଙ୍କ ଅଫିସି ଆଗରେ ଧାରଣା ବସିଛନ୍ତି,

ଜଗତସିଂହପୁର | 29/04/2025 | ବିକ୍ରମ ଓଡ଼ିଶା ନିୟୁଜ

ଅଲ ଓଡିଶା ଇ ପି ଏଫ ଆସୋସିଏସନ ର ଜିଲ୍ଲା ପାଳ ଙ୍କ ଅଫିସି ଆଗରେ ଧାରଣା ବସିଛନ୍ତି, ସର୍ବନିନିମ୍ନ ପେନସନ ୧୦.୦୦୦/- ଟଙ୍କା କୁ ବୃଦ୍ଧି ଦାବିରେ ଦୀର୍ଘ ଦିନ ଧରି ଆନ୍ଦୋଳନ ପଲ୍ଲୀ ଠାରୁ ଦିଲ୍ଲୀ ପଯ୍ୟନ୍ତ କରି ଥିଲେ ବି ସରକାର ଏମାନଙ୍କ ଦାବି ପ୍ରତି କର୍ଣ ପାତ କରୁ ନଥିବାରୁ ଶେଷରେ ପରିଣତ ବୟସରେ ଆତ୍ମା ହୂତି ଦେବେ ବୋଲି ଚେତାବନୀ ଦେଇ ଛନ୍ତି, ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋଟ, (ବିକ୍ରମ ଓଡିଶା)

Article Image

ଯିଏଦୋଷୀଛଡ଼ାଯିବନିସୂର୍ଯ୍ୟବଂଶସୂରଜ

ଭୁବନେଶ୍ୱର | 29/04/2025 | ବିକ୍ରମ ଓଡ଼ିଶା ନିୟୁଜ

ଯିଏଦୋଷୀଛଡ଼ାଯିବନିସୂର୍ଯ୍ୟବଂଶସୂରଜ ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )OPSC /SSC ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟାବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି ତଦନ୍ତ ହେବ କହିଲେ ମନ୍ତ୍ରୀଯିଏଦୋଷୀଛଡ଼ାଯିବନିସୂର୍ଯ୍ୟବଂଶୀ ସୂରଜଏସଂକ୍ରାନ୍ତୀୟ ବିଲ୍‌ ବିଧାନସଭାରେ ଆଇନରେ ପରିଣତ ହୋଇଛି’ଏହାପରେପରୀକ୍ଷାର୍ଥୀମାନେ କହିଛନ୍ତି ଯେ, ପୂର୍ବରୁ ନିଯୁକ୍ତି ନେଇ ଯେତେବେଳେ ବିଜ୍ଞାପନ ବାହାରିଥିଲା, ସେଥିରେ ଯେଉଁସବୁ ବିଷୟ ଉପରେ ପ୍ରଶ୍ନପତ୍ର ପଡ଼ିବ ବୋଲି ପାଠ୍ୟକ୍ରମ ଜରିଆରେ କୁହାଯାଇଥିଲା ତାହା ଆଜିର ପରୀକ୍ଷାରେ ଦେଖିବାକୁ ମିଳିନଥିଲା ।ପରୀକ୍ଷାରେ ବିଭ୍ରାଟ ହେବା ଜାଣିବା ପରେ ଓଏସଏସ୍‌ସି ପକ୍ଷରୁ ଏକ ସୂଚନା ଜାରି କରି କୁହାଯାଇଛି ଯେ, ଆଜି ବିଭିନ୍ନ ପଦବିର ମିଳିତ ନିଯୁକ୍ତି ପରୀକ୍ଷାର (ମୁଖ୍ୟ) ପ୍ରଶ୍ନପତ୍ରରେ...

Article Image

ଓଡ଼ିଶାରେ ପାକିସ୍ତାନୀ, ବାଂଲାଦେଶୀ ହାତେଇଛନ୍ତି ରାସନ୍‌ କାର୍ଡ, ଚିହ୍ନଟ କରି ନାଁ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି : ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର | 29/04/2025 | ବିକ୍ରମ ଓଡ଼ିଶା ନିୟୁଜ

ଓଡ଼ିଶାରେ ପାକିସ୍ତାନୀ, ବାଂଲାଦେଶୀ ହାତେଇଛନ୍ତି ରାସନ୍‌ କାର୍ଡ, ଚିହ୍ନଟ କରି ନାଁ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି : ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ଭୁବନେଶ୍ବର: ଓଡ଼ିଶାରେ ପାକିସ୍ଥାନୀ, ବାଲାଂଦେଶୀ,ମିଆଁମାରର ନାଗରିକ ବସବାସ କରିବା ସହିତ ରାସନ କାର୍ଡ ହାତେଇଛନ୍ତି । ସେମାନଙ୍କର ଭୋଟର କାର୍ଡ ଏବଂ ଆଧାର କାର୍ଡ ମଧ୍ୟ ରହିଛି। ସେମାନଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏସବୁ ବିଦେଶୀ ନାଗରିକଙ୍କ ରାସନ କାର୍ଡ କଟାଯିବ।ସୋମବାର ଖାଦ୍ୟ ଯୋଗାଣ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାସନ କାର୍ଡ ପାଇଥିବା ବିଦେଶୀଙ୍କୁ ଚିହ୍ନଟ କରିବା ପାଇଁ ସରକାର...

Article Image

ବୁଗୁଡ଼ା ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ

ବୁଗୁଡ଼ା | 29/04/2025 | ବିକ୍ରମ ଓଡ଼ିଶା ନିୟୁଜ

ବୁଗୁଡ଼ା ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ ବୁଗୁଡ଼ା,୨୮/୦୪(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ମଧୁବାବୁ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇ ଯାଇଛି । ଓକିଲ ସଂଘ ସଭାପତି ଅମର କୁମାର ପଟ୍ଟନାୟକଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜେଏମଏଫସି ବିଚାରପତି ପରିଣିତା ନାୟକ ,ମୁଖ୍ୟବକ୍ତା ଭାବେ ଭଞ୍ଜନଗର କଲେଜ ପ୍ରାକ୍ତନ ଅଧ୍ଯକ୍ଷ କୃତିବାସ ବିଶ୍ବାଳ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଲାଲବାହାଦୁର ପଟ୍ଟନାୟକ ଯୋଗ ଦେଇ ଓଡ଼ିଆ ଜାତିର ଚିର ଅମ୍ଲାନ ପ୍ରତିଭା ସମ୍ପନ୍ନ ଯଶସ୍ବୀ ସ୍ବାଭିମାନୀ ଭୌମିକ ପୁରୁଷ...

Article Image

ତିର୍ତ୍ତୋଲରେ ଶିକ୍ଷକଙ୍କ ତାଲିମ ଶିବିରରେ ଅବବ୍ୟସ୍ତା* *ଦାୟିତ୍ୱରେ ଥିବା ଶିକ୍ଷା ଅଧିକାରିଣୀଙ୍କୁ ସୁରକ୍ଷା ଦେଲେ ଓ ଟଙ୍କାବାଣ୍ଟିଲେ ମଣ୍ଡପ ପରିଚାଳକ

ଜଗତସିଂହପୁର | 28/04/2025 | ବିକ୍ରମ ଓଡ଼ିଶା ନିୟୁଜ

ତିର୍ତ୍ତୋଲରେ ଶିକ୍ଷକଙ୍କ ତାଲିମ ଶିବିରରେ ଅବବ୍ୟସ୍ତା* *ଦାୟିତ୍ୱରେ ଥିବା ଶିକ୍ଷା ଅଧିକାରିଣୀଙ୍କୁ ସୁରକ୍ଷା ଦେଲେ ଓ ଟଙ୍କାବାଣ୍ଟିଲେ ମଣ୍ଡପ ପରିଚାଳକ* ଜଗତସିଂହପୁର ୨୮/୦୪/୨୦୨୫ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ମଣ୍ଡଳ ଶିକ୍ଷା‌ ଅଧିକାରୀଙ୍କ ଦ୍ବାରା ବାଳିକା ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ତାଲିମ ଶିବିରରେ ଅବହେଳା କରାଯାଉଥିବା ନେଇ ମଣ୍ଡଳ ଶିକ୍ଷା‌ ଅଧିକାରୀଣୀ ବିଷ୍ଣୁପ୍ରିୟା ଦେବୀଙ୍କୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଘେରିବା ସହିତ ତାଲିମ ଶିବିରରେ ହଟ୍ଟଗୋଳ କରିଥିଲେ। ସକାଳୁ ତାଲିମ ଶିବିର ଆରମ୍ଭ ହୋଇଥିବା ବେଳେ ଦାୟୀତ୍ବରେ ଥିବା ମଣ୍ଡଳ ଶିକ୍ଷା‌ ଅଧିକାରୀଣୀ ବିଷ୍ଣୁପ୍ରିୟା ଦେବୀ ଦେଖା ମିଳୁନଥିବା ବେଳେ ସେଠାରେ କୈାଣସି ପାନୀୟଜଳ...

Article Image

ତୁଷାର କାନ୍ତି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପଞ୍ଚସଖା କୁ ହରାଇ କାକଟପୁର ସେମିରେ

କାକଟପୁର | 28/04/2025 | ବିକ୍ରମ ଓଡ଼ିଶା ନିୟୁଜ

ତୁଷାର କାନ୍ତି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପଞ୍ଚସଖା କୁ ହରାଇ କାକଟପୁର ସେମିରେ କାକଟପୁର 28/4( ତୁଷାର ଦୀକ୍ଷିତ ) କାକଟପୁର ପଛ ପଡିଆ ମିନି ଷ୍ଟାଡିଅମ ଠାରେ ଚାଲିଥିବା ଦ୍ୱିତୀୟ ବାର୍ଷିକୀ ତୁଷାର କାନ୍ତି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଚତୁର୍ଥ କ୍ଵାଟର ଫାଇନାଲ ମ୍ୟାଚରେ ପଞ୍ଚସଖା କ୍ରିକେଟ କ୍ଳବ ସାକ୍ଷୀଗୋପାଳ କୁ ହରାଇ କାକଟପୁର ମଙ୍ଗଳା କ୍ରିକେଟ ଏକାଡେମୀ ସେମି ରେ ପ୍ରବେଶ କରିଛି l ପ୍ରଥମେ ଟଚ ଜିତି ମଙ୍ଗଳା କ୍ରିକେଟ ଏକାଡେମୀ ନିର୍ଦ୍ଧାରିତ (20) ଓଭର ରେ (7) ଉଇକେଟ ହରାଇ (181)...

Article Image

କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

କୁଜଙ୍ଗ | 28/04/2025 | ବିକ୍ରମ ଓଡ଼ିଶା ନିୟୁଜ

କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର - କୁଜଙ୍ଗ 28./04. ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ବରିଷ୍ଠ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ ୪୪ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୩୭ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୭ ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରାସନ୍ କାର୍ଡ ସମସ୍ୟା ସମ୍ପର୍କୀୟ ୬ ଟି, ଆବାସ...