Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
Article Image

ଶତାୟୁ ଆଦର୍ଶ ଶିକ୍ଷକ ପଣ୍ତିତ ନଗେନ୍ଦ୍ର କୁମାର ଦାଶ ଙ୍କ ବିୟୋଗରେ ଶୋକ

ତିର୍ତ୍ତୋଲ | 27/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଶତାୟୁ ଆଦର୍ଶ ଶିକ୍ଷକ ପଣ୍ତିତ ନଗେନ୍ଦ୍ର କୁମାର ଦାଶ ଙ୍କ ବିୟୋଗରେ ଶୋକ ତିର୍ତ୍ତୋଲ-୨୭/୫-(ରିପୋର୍ଟ-ଟୁକନ ସେଠୀ)- ବାଣୀ କ୍ଷେତ୍ର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ଅବିଭକ୍ତ ବିରିତୋଳ ପଞ୍ଚାୟତ ଗୋପାଳପୁର ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ଆଦର୍ଶ ସଂସ୍କୃତଶିକ୍ଷକ, ସଅଁରା ବିଦ୍ୟାଳୟ ର ପ୍ରାଣପ୍ରତିଷ୍ଠାତା ତଥା ସୁବର୍ଣ୍ଣଯୁଗର କର୍ଣ୍ଣଧାର, ବିଦ୍ୱାନ ପଣ୍ତିତ ଓ ଛାତ୍ରବତ୍ସଳ ମହାନ ବ୍ୟକ୍ତିତ୍ଵ ପଣ୍ଡିତ ନଗେନ୍ଦ୍ର କୁମାର ଦାଶ (୧୦୨ ) ଙ୍କର ଗତ ସୋମବାର ରାତ୍ରୀରେ ପରଲୋକ ଗମନ କରିଛନ୍ତି। ତାଙ୍କର ଜ୍ୟେଷ୍ଠ ପୁତ୍ର ଦିଲ୍ଲୀରେ ଇନକମ୍ ଟ୍ୟାକ୍ସ ବିଭାଗ ର ପ୍ରାକ୍ତନ କମିଶନର ରବିନାରାୟଣ ଦାଶ ଙ୍କ ସମେତ ଶଶି ଭୂଷଣ...

Article Image

ମା କୁତାମଚଣ୍ଡୀଙ୍କ ପୀଠରେ ପନ୍ଦର ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସଯାତ୍ରା ଅନୁଷ୍ଠିତ।

ନାଉଗାଁ | 27/05/2025 | ବିକ୍ରମ ଓଡ଼ିଶା ନିୟୁଜ

ମା କୁତାମଚଣ୍ଡୀଙ୍କ ପୀଠରେ ପନ୍ଦର ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସଯାତ୍ରା ଅନୁଷ୍ଠିତ। - ନାଉଗାଁ ୨୭/୦୫/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଳକ ଅନ୍ତର୍ଗତ କାନୁନଗୋସାହି ଗ୍ରାମର ସର୍ବପୁରାତନ ପିଠ ମା କୁତାମ ଚଣ୍ଡୀଙ୍କ ପବିତ୍ର ପୀଠରେ ଚଳିତ ବର୍ଷ ପନ୍ଦର ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ମଙ୍ଗଳ ଠାରୁ ଆରମ୍ଭ ହୋଇ ଗୁରୁବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି l ପ୍ରତ୍ୟହ ବୈଦିକ ବ୍ରାହ୍ମଣ ପଣ୍ଡିତମାନଙ୍କ ଦ୍ୱାରା ପ୍ରଥମେ ଆଜି ଗ୍ରାମର ମହିଳା ମାନେ ଏକ ବିଶାଳ କଳସ ଶୋଭାଯାତ୍ରା ଘଣ୍ଟ, ବାଜା ଢୋଲ ମହୁରୀ ଓ ନାମ ସଂକୀର୍ତନ ପୁରାତନ ପ୍ରଥା...

Article Image

ରାୟଗଡା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁରରେ ଷ୍ଟେଟ ବ୍ୟାଙ୍କ ସ୍ଥାପିତ ନେଇ ମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ 

ରାୟଗଡା | 27/05/2025 | ବିକ୍ରମ ଓଡ଼ିଶା ନିୟୁଜ

ରାୟଗଡା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁରରେ ଷ୍ଟେଟ ବ୍ୟାଙ୍କ ସ୍ଥାପିତ ନେଇ ମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ  ରାୟଗଡା ୨୭/୫: ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଷ୍ଟେଟ ବ୍ୟାଙ୍କ ପାଇଁ ବହୁବାର ଦାବି ସତ୍ତ୍ୱେ କୌଣସି ସୁଫଳ ମିଳୁ ନାହିଁ | ଶେଷରେ ମୁକୁନ୍ଦପୁର ଗ୍ରାମର ତଥା ମୁକୁନ୍ଦପୁର ମଣ୍ଡଳର ବିଜେପି କର୍ମୀ ମାନସ କୁମାର ଦାସ ଓ ସନ୍ତୋଷ ମହାପାତ୍ର ଉଭୟେ ଭୁବନେଶ୍ୱର ଯାଇ ସେଠାରେ ବିଜେପିର ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିକଟରେ ଅଭିଯୋଗ ପତ୍ର ପ୍ରଦାନ କରି...

Article Image

ବଲାଙ୍ଗୀରି ରେ ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦ ରେ ଜଗତସିଂହପୁର ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ l

ଜଗତସିଂହପୁର | 27/05/2025 | ବିକ୍ରମ ଓଡ଼ିଶା ନିୟୁଜ

ବଲାଙ୍ଗୀରି ରେ ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦ ରେ ଜଗତସିଂହପୁର ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ l ଜଗତସିଂହପୁର ୨୭/୫ ବଲାଙ୍ଗୀରି ଜିଲ୍ଲାରେ ଜନୈକ ଠିକାଦାର କର୍ତ୍ତବ୍ୟ ରତ ସାମ୍ବାଦିକ ଙ୍କ ଉପରେ କରିଥିବା ଆକ୍ରମଣ ପ୍ରତିବାଦରେ ଜଗତସିଂହପୁର ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ଜିଲ୍ଲା ଶାଖା ସଭାପତି ମନୋଜ କୁମାର ଦାସ ଙ୍କ ନେତୃତ୍ୱ ରେ ସମସ୍ତ ସଦସ୍ୟ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଉପ ଜିଲ୍ଲା ପାଳ ଙ୍କୁ ପ୍ରଦାନ କରାଯାଇଛି l ଦିନକୁ ଦିନ ଗଣମାଧ୍ୟମ ର କଣ୍ଠ ରୋଧ କରିବା ନିମନ୍ତେ କେତକ...

Article Image

ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ମଙ୍ଗଳବାର ସୁଦ୍ଧା ଅଧିକ ଘନୀଭୂତ ହେବ

ଭୁବନେଶ୍ବର | 27/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ମଙ୍ଗଳବାର ସୁଦ୍ଧା ଅଧିକ ଘନୀଭୂତ ହେବ। ମଙ୍ଗଳବାର ଏହା ଲଘୁଚାପରେ ପରିଣତ ହେବ। ଏହା ପ୍ରଭାବରେ ଦୁଇଦିନ ଧରି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ୨୮ ତାରିଖରୁ ଉପକୂଳ ଓଡ଼ିଶା ବିଶେଷକରି ଦକ୍ଷିଣ ଭାଗରେ ବର୍ଷା ପରିମାଣ ବୃଦ୍ଧି ପାଇବ।ସୂଚନା ଅନୁସାରେ, ମଙ୍ଗଳବାର ରାଜ୍ୟର କିଛି ଜିଲାରେ ଘଡ଼ଘଡ଼ି ଓ ପବନ ସହିତ ବର୍ଷା ହୋଇପାରେ। ବୁଧବାର ଦିନ ବର୍ଷା ଓ ପବନର ବେଗ ବୃଦ୍ଧି ପାଇବ। କୋରାପୁଟ ଓ ରାୟଗଡ଼ା ସମେତ ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,...

Article Image

ଗ୍ୟାସ ଟ୍ୟାଙ୍କି ଫାଟି ଜଳିଗଲା ଘର, ୪ ଛେଳି ଜୀବନ୍ତ ଦଗ୍ଧ।

ଯାଜପୁର | 27/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଯାଜପୁର: ଗ୍ୟାସ ଟ୍ୟାଙ୍କି ଫାଟି ଜଳିଗଲା ଘର, ୪ ଛେଳି ଜୀବନ୍ତ ଦଗ୍ଧ। ଏହି ଭୟଙ୍କର ଅଘଟଣ ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବଉଳମାଳ ପଞ୍ଚାୟାତର ବରମୁଣ୍ଡୁଲି ଗ୍ରାମରେ। ଗ୍ରାମର ଚାନ୍ଦିଆ ମଳିକଙ୍କ ରୋଷେଇ ଘରେ ଗ୍ୟାସ ଟ୍ୟାଙ୍କି ଫାଟି ଘଟିଛି ଦୁର୍ଘଟଣା । ସୂଚନା ଅନୁସାରେ, ରୋଷେଇ ସମୟରେ ଗ୍ୟାସ ଟ୍ୟାଙ୍କି ଲିକେଜ୍ ହୋଇଥିଲା। ଆଉ ରୋଷେଇ ଚାଲିଥିବାରୁ ନିଆଁ ଲାଗିଯାଇ ବିସ୍ଫୋରଣ ହୋଇଥିଲା। ଫଳରେ ରୋଷେଇ ଘର ସମେତ ତିନି ବଖରା ଘର ଏବଂ ଗୁହାଳ ଘରେ ମଧ୍ୟ ନିଆଁ ଲାଗିଥିଲା । କେହି ସଦସ୍ୟ ଆହତ ହୋଇନଥିଲେ ବି ଗୁହାଳରେ ଥିବା ଚାରୋଟି...

Article Image

ପୋଲିସ ଅଧିକାରୀ ଙ୍କ ନା ରେ ନକଲି ଆଇଡି କରି ଠକିବାକୁ ଉଦ୍ୟମ ସାଇବର ଲୁଟେରା

କାକଟପୁର | 27/05/2025 | ବିକ୍ରମ ଓଡ଼ିଶା ନିୟୁଜ

ପୋଲିସ ଅଧିକାରୀ ଙ୍କ ନା ରେ ନକଲି ଆଇଡି କରି ଠକିବାକୁ ଉଦ୍ୟମ ସାଇବର ଲୁଟେରା କାକଟପୁର 27/5 ( ତୁଷାର ଦୀକ୍ଷିତ ) ଅସ୍ତରଙ୍ଗ କାକଟପୁର ଅଞ୍ଚଳ ରେ ଆଜି ଏକ ଘଟଣା ପୂରା ଚାଞ୍ଚଲ୍ୟ ସୃଷ୍ଟି କରିଛି, ଜଣେ ଦକ୍ଷ ସଚ୍ଚୋଟ ବରିଷ୍ଠ ପୋଲିସ ଅଧିକାରୀ ଙ୍କ ଫୋଟୋ ଆଉ ନା କୁ ନେଇ ଫେକ୍ ଆଇଡି ବନାଇ ସାଇବର ଅପରାଧୀ କିଛି ସାଧାରଣ ଲୋକଙ୍କୁ ଠକିବାକୁ କରିଛନ୍ତି ଉଦ୍ୟମ, କାକଟପୁର ଥାନା ର ପୂର୍ବତନ ଅଧିକାରୀ ଶ୍ରୀଯୁକ୍ତ ରବି ନାରାୟଣ ଭଞ୍ଜ ଯିଏକି ବର୍ତ୍ତମାନ ପୁରୀ ଜିଲ୍ଲା ସଦର ଡିଏସପି ଅଛନ୍ତି ତାଙ୍କ ନାମ ରେ...

Article Image

ରାଇରଙ୍ଗପୁରରେ ସାବିତ୍ରୀବ୍ରତ ପାଇଁ ମନ୍ଦିରମାନଙ୍କରେ ଗହଳି

ରାଇରଙ୍ଗପୁର | 27/05/2025 | ବିକ୍ରମ ଓଡ଼ିଶା ନିୟୁଜ

ରାଇରଙ୍ଗପୁରରେ ସାବିତ୍ରୀବ୍ରତ ପାଇଁ ମନ୍ଦିରମାନଙ୍କରେ ଗହଳି ଆଜି ପବିତ୍ର ସାବିତ୍ରୀ ଅମାବାସ୍ଯା l ସଧବା ନାରୀ ନିଜ ସ୍ବାମୀର ଜୀବନ ଦୀର୍ଘଜିବୀ ପାଇଁ ପ୍ରଭୁଙ୍କ ଠାରେ ଗୁହାରି କରିବା ପାଇଁ ପୂଜା କରାଯାଇଥାଏ l ଅତୀତରେ ସାବିତ୍ରୀ ନିଜ ସ୍ବାମୀ ସତ୍ଯବାନର ଜୀବନ ରକ୍ଷା କରିବା ପାଇଁ ଯମରାଜା ପାଖକୁ ଯାଇ ନିଜ ଶଙ୍ଖା ସିନ୍ଦୁରକୁ ବଞ୍ଚାଇବା ପାଇଁ ତାଙ୍କ ସହିତ ଯୁକ୍ତି କରିଥିଲେ l ଶେଷରେ ସତ୍ଯବାନର ଜୀବନ ରକ୍ଷା କରିଥିଲେ l ଏହା ଅତ୍ଯନ୍ତ ହୁଦୟସ୍ପଶୀ ଘଟଣାଥିଲା l ଆଜି ଏହି...

Article Image

ଘରେ ଓ ମନ୍ଦିରରେ ସାବିତ୍ରୀ ବ୍ରତ ପାଳନ

ବୁଗୁଡ଼ା | 26/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଘରେ ଓ ମନ୍ଦିରରେ ସାବିତ୍ରୀ ବ୍ରତ ପାଳନ ବୁଗୁଡ଼ା,୨୬/୦୫(ସୋରେନ କୁମାର ପ୍ରଧାନ): ପବିତ୍ର ଜ୍ୟେଷ୍ଠ ଅମବାସ୍ୟା ତିଥିରେ ବୁଗୁଡା ଅଞ୍ଚଳର ଘରେ ଘରେ ଏବଂ ବିଭିନ୍ନ ମନ୍ଦିରେ ସାବିତ୍ରୀ ବ୍ରତ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ବାଧୀ ନାରୀମାନଙ୍କ ପକ୍ଷରୁ ସ୍ବାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ଏହି ବ୍ରତ ପାଳନ କରାଯାଉଥିବା ବେଳେ ବ୍ରତକାରିଣୀମାନେ ବ୍ୟକ୍ତିଗତ ଭାବେ ନିଜ ନିଜ ଘରେ ନତୁବା ସାମୁହିକ ଭାବେ ମନ୍ଦିର କିମ୍ବା ଅନ୍ୟ କୌଣସି ସ୍ଥାନରେ ଲକ୍ଷ୍ମୀନାରାୟଣଙ୍କୁ ଭକ୍ତିପୂତ ଭାବରେ ପୂଜା କରିଥିଲେ । ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ କାଟି ଗଣପତି ଘଟ ସ୍ଥାପନା ସାଙ୍ଗକୁ ଶିଳପୁଆକୁ...

Article Image

ମେସିନ କରୁଛି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାମ

ତିର୍ତ୍ତୋଲ | 26/05/2025 | ବିକ୍ରମ ଓଡ଼ିଶା ନିୟୁଜ

ମେସିନ କରୁଛି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାମ - ତିର୍ତ୍ତୋଲ-୨୬/୫(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ପିପ୍ପଳମାଧବ ଗ୍ରାମ ପଂଚାୟତ ରେ ମହମ୍ମଦାବାଦ ଗ୍ରାମ ଟୁବି ପୋଖରୀ ବିନା ସୂଚନା ଫଳକ ରେ ମେଶିନ ରେ କରାଯାଇଥିବା ନେଇ ତିର୍ତ୍ତୋଲ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି।ଏହାଦ୍ୱାରା ଜବ କାର୍ଡ ଧାରୀ ନିଯୁକ୍ତି ସୁଯୋଗ ପାଇ ନାହାନ୍ତି।ପଂଚାୟତ ପିଇଓ, ଜିଆରଏସ, ଏହା ଅଲଗା ସ୍କିମ ର କାର୍ଯ୍ୟ କହୁଥିବା ବେଳେ ବିନା ସୂଚନା ଫଳକରେ କାମ ହେବା ଉଭୟ ଙ୍କ ସଲାସୁତରାରେ ଏଭଳି କାର୍ଯ୍ୟ ପଂଚାୟତ ସାରା ହେଉଥିବା ନେଇ ତ୍ରିପତି ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।ଉଚ୍ଚ କତ୍ତୃପକ୍ଷ କି କାର୍ଯ୍ୟାନୁଷ୍ଠାନ...

Article Image

ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ଙ୍କ 97ତମ ଜୟନ୍ତୀ ମହାସମାରୋହ ରେ ପାଳିତ )

ଜଗତସିଂହପୁର | 26/05/2025 | ବିକ୍ରମ ଓଡ଼ିଶା ନିୟୁଜ

(ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ଙ୍କ 97ତମ ଜୟନ୍ତୀ ମହାସମାରୋହ ରେ ପାଳିତ ) ଜଗତସିଂହପୁର ତା 26/5/25 ନବରସର ନାୟକ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ସ୍ମୁତି ପରିଷଦ ପକ୍ଷରୁ 97ତମ ଜୟନ୍ତୀ ଜନ୍ମ ମାଟି ସମଙ୍ଗ ଜେନାସାହି ଠାରେ ମହାସମାରୋହରେ ପାଳିତ ହୋଇଯାଇଛି | ସ୍ମୁତି ପରିଷଦ ଉପଦେଷ୍ଟା ସୁରେଶ ଚନ୍ଦ୍ର ରାଉତ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ପ୍ରଦୀପ ପ୍ରଜ୍ବଳନ କରି ନାଟ୍ୟ ଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |ସ୍ମୁତି ପରିଷଦ ଉପ ସଭାପତି ଅଶୋକ କୁମାର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ...

Article Image

ସତସଙ୍ଗ ରେ ପାଳନ ହେଲା ଶିଶୁକନ୍ୟାର ଜନ୍ମଉତ୍ସବ

ତିର୍ତ୍ତୋଲ | 26/05/2025 | ବିକ୍ରମ ଓଡ଼ିଶା ନିୟୁଜ

ସତସଙ୍ଗ ରେ ପାଳନ ହେଲା ଶିଶୁକନ୍ୟାର ଜନ୍ମଉତ୍ସବ ତିର୍ତ୍ତୋଲ-୨୬/୫-(ରିପୋର୍ଟ-ଟୁକନ ସେଠୀ)- ଆଜିକାଲି ନବଜାତ ଶିଶୁ ମାନଙ୍କର ଏକୋଇସିଆ ଜନ୍ମଉତ୍ସବ ରେ କେକ୍କ କାଟି, ମହମବତୀ ଲିଭାଇ, ରେକଡ୍ ଡ୍ୟାନସ୍ କରି, ମଉଜ ମଜଳିସର ସହ ପାଳନ କରାଯାଉଥିବା ବେଳେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି,ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିରିତୋଳ ଗ୍ରାମରେ। ଅବସରପ୍ରାପ୍ତ ଶିକ୍ଷାଧିକାରୀ ମନୋଜ କୁମାର ବେହେରା ନିଜର ନାତୁଣୀ ବଂଶିଦା ପ୍ରିୟଦର୍ଶିନୀ ଙ୍କର ଜନ୍ମଉତ୍ସବ କୁ ନିଆରା ଢ଼ଙ୍ଗରେ ପାଳନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି ଉପଲକ୍ଷେ ଗତ ରବିବାର ଦିନ ସନ୍ଧ୍ୟାରେ ନିଜ ବାସଭବନ ପରିସରରେ, କରମଳl ଆଶ୍ରମରୁ ଆସିଥିବା...