ୟୁନିପୋଷ ସେକେଣ୍ଡାରୀ ସ୍କୁଲ ଅଫ ସାଇନିସି ରେ ଜଗତସିଂହପୁର ଜିଲ୍ଲା ଟପର ଛାତ୍ର l ତିର୍ତ୍ତୋଲ ସ୍ତିତ ୟୁନୋପୋସ ହାୟର ସେକେଣ୍ଡାରୀ ସ୍କୁଲ ଅଫ ସାନସ୍ ରୁ ବିଜ୍ଞାନ ବିଭାଗରେ ଶ୍ରୀମାନ ଅଭିଷେକ ଦାସ 566 ନମ୍ବର ରଖି ଜଗତସିଂପୁର ଜିଲ୍ଲାର ଟପର୍ ହୋଇଛନ୍ତି। ସେ ମ୍ୟାଟ୍ରିକ ପରୀକ୍ଷା ରେ 488 ନମ୍ବର ରଖି ଏହି କଲେଜ ରେ ଆଡ଼ମିଶନ ନେଇଥିଲେ । କଲେଜ ର ଉଚ୍ଚକୋଟୀର ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରି 566 ନମ୍ବର ରଖିଥିବାରୁ ତାଙ୍କ ପିତା ମାତା ଶିକ୍ଷକ ଶିକ୍ଷୟତ୍ରୀ ଓ କଲେଜର କତୃପକ୍ଷଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଅଭିଷେକ ଦାସ ଆଗାମୀ ଭବିଷ୍ୟତରେ ଇଲେକ୍ଟ୍ରିକାଲ...
ବିଧାୟକଙ୍କ ଦ୍ୱାରା ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ l : ନାଉଗାଁ ୨୧/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ,ଆଜି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ଙ୍କ ଦ୍ୱାରା ଜଳ ସମ୍ପଦ ଓ ଜଳ ନିଷ୍କାସନ ବିଭାଗ ଦ୍ୱାରା ନାଉଗାଁ ପଞ୍ଚାୟତ ସ୍ଥିତ ଗୋବରୀ ନଦୀର ଦକ୍ଷିଣ ପାର୍ଶ୍ଵ ଆଡି ବନ୍ଧରେ ସିତୁରା ଗାଁ ନିକଟରେ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ନିର୍ମାଣ ହେବାକୁ ଥିବା ସ୍ରୋତ କବାଟ ନିମନ୍ତେ ଆଜି ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରା ଯାଇଛି l ଏହି ଅବସରରେ ଉକ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିପ୍ଳବ କିଶୋର ସାହୁ,ନାଉଗାଁ ପଞ୍ଚାୟତ ସରପଞ୍ଚ...
ଟ୍ରାକ୍ଟର ଚୋରି ଘଟଣା ରେ 3 ଅଭିଯୁକ୍ତ ଗିରଫ। ଔପଦା ତା :20/05:( ନିପ୍ର )ଔପଦା ଥାନା ପ୍ରତାପ ପୁର ଗ୍ରାମ ଛକ ଠାରୁ ଗତ 15ତାରିଖରେ ଟ୍ରାକ୍ଟର ଚୋରି ରେ ସମ୍ପୃକ୍ତି ଥିବା 3ଅଭିଯୁକ୍ତ କୁ ପୋଲିସ ଗିରଫ କରି କୋଟ ଚାଲାଣ କରିଛି।ପ୍ରତାପ ପୁର ଗ୍ରାମର ଉଜ୍ଜଳ କୁମାର ପ୍ରଧାନ ଓ ସହଯୋଗୀ ସରସତିଆ ଗ୍ରାମର ଜିତୁ (ସଂଜୀବ ମୁଖି )ଉଭୟ ଯୋଜନା କରି ରାତିରେ ଟ୍ରାକ୍ଟର ଟିକୁ ଚୋରି କରି ନେଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଶ୍ରୀ ପ୍ରଧାନ ଓ ଶ୍ରୀ ମୁଖି ଟ୍ରାକ୍ଟର ଟିକୁ ବାଲେଶ୍ୱର ନେଇ ବାଲେଶ୍ୱର ଅଞ୍ଚଳ ର ଶାହରୁଖ ଅଲ୍ଲୀ...
ବିପଦ ସଂକୁଳ ନଡ଼ିଆ ଗଛ - ତିର୍ତ୍ତୋଲ-୨୧/୫-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ କିଛିଦିନ ପୂର୍ବରୁ ଦୁଇଟି ନଡ଼ିଆ ଗଛରେ ବଜ୍ରପାତ ହୋଇଥିଲା।ଫଳରେ ନଡ଼ିଆ ଗଛର ଉପରଭାଗ ପୋଡିଯାଇଥିଲା।ଏହି ଗଛ ଦୁଇଟି ବିପଦ ପୂର୍ଣ୍ଣ ଭାବରେ ରହିଛି।ଏହି କାର୍ଯ୍ୟାଳୟ କୁ ଦୈନିକ ସହସ୍ରାଧିକ ଲୋକେ ବିଭିନ୍ନ କାମରେ ଆସିଥାନ୍ତି।ଏହି ପୋଡା ନଡ଼ିଆ ଗଛ କେତେବେଳେ ଭାଙ୍ଗି ପଡିବ କହିହେବ ନାହିଁ।କିଛି ଅଘଟଣ ଘଟିବା ଆଗରୁ କତ୍ତୃପକ୍ଷ ବିହିତ ପଦକ୍ଷେପ ନେବାନିମନ୍ତେ ସାଧାରଣରେ ଦାବିହେଉଛି।
(ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ) ଜଗତସିଂହପୁର ତା=21/5/25 ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ରାଜୀବ ଗାନ୍ଧୀଙ୍କ ତୈଳ ଚିତ୍ରରେ ଓ ସ୍ଥାନୀୟ ଚର୍ଚ୍ଚିକା ବଜାର ସ୍ଥିତ ରାଜୀବ ଗାନ୍ଧୀ ଶିଶୁ ଉଦ୍ୟାନ ଠାରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ପୌରହିତ୍ୟରେ ରାଜୀବ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରାଯାଇଥିଲା। ପଞ୍ଚାୟତିରାଜ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣି ପଞ୍ଚାୟତ ପ୍ରତିନିଧିମାନଙ୍କୁ...
ପିପୁଲ୍ସ କଲେଜ ଛାତ୍ରୀ ରୂପାଲି ' ରାଜୀବ ଗାନ୍ଧୀ ' ପୁରସ୍କାର ପାଇଁ ମନୋନୀତ ବୁଗୁଡ଼ା,୨୧/୦୫(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ଓ ଯୁବ ରେଡକ୍ରସ୍ ୟୁନିଟର ସ୍ୱେଚ୍ଛାସେବୀ ରୂପାଲି ପାତ୍ର ତାଙ୍କର ଉତ୍ସର୍ଗୀକୃତ ସମାଜସେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର - ୨୦୨୫ ପାଇଁ ମନୋନୀତ ହୋଇଥିବା ଜଣାଯାଇଛି । ସେ ତାଙ୍କର ଅଧ୍ୟୟନ କାଳରେ ୩ଥର ରକ୍ତଦାନ, ୫୦ରୁ ଅଧୂକା ବୃକ୍ଷ ରୋପଣ, ୨ଟି ସ୍ଵାସ୍ଥ୍ୟ ଶିବିର, ୩୦ରୁ ଅଧୂକ କ୍ୟାମ୍ପସ କ୍ଲନିଙ୍ଗ୍ ପ୍ରୋଗ୍ରାମରେ ସକ୍ରିୟ ଅଂଶ ଗ୍ରହଣ ସାଙ୍ଗକୁ ଆଞ୍ଚଳିକ,ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ...
ପୂର୍ବତନ ସରପଂଚ ସଚ୍ଚିଦାନନ୍ଦ ପରିଡ଼ାଙ୍କ ବିୟୋଗରେ ସ୍ମୃତିଚାରଣ ସଭା ନାଉଗାଁ , ୨୦।୫: ବିକ୍ରମ ଓଡିଶା ନିୟଜୁ,ନାଉଗାଁ ତଥା ବାଂଶ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତଃ ସଚ୍ଚିଦାନନ୍ଦ ପରିଡ଼ାଙ୍କ ବିୟୋଗରେ ନାଉଗାଁ ସାଂସ୍କୃତିକ ପରିଷଦ ପକ୍ଷରୁ ନାଉଗାଁ ହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ମୃତି ଚରଣ ସଭା ଅନୁଷ୍ଠିତ ହୋଇଯାଇଛି । ସାଂସ୍କୃତିକ ପରିଷଦର ସମ୍ପାଦକ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ପରିଷଦର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଉପଦେଷ୍ଟା ତଥା ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର, ନିରଞ୍ଜନ ବେହୁରା , ପୂର୍ବତନ ବ୍ଳକ ଚେୟାରମ୍ୟାନ ଜଗନ୍ନାଥ...
ମା'ଶାରଳା ଙ୍କ ମନ୍ଦିରରେ ଲାଗିଲା ରୂପା କବାଟ।* -ତିର୍ତ୍ତୋଲ-୨୦/୫-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଓ ପ୍ରାଚୀନ ଶକ୍ତିପୀଠ ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀ ଙ୍କ ରୌପ୍ୟନିର୍ମିତ କବାଟ ର ପାରମ୍ପରିକ ପୂଜା ରୀତିନୀତି କରାଯାଇ କବାଟ ଲଗାଯାଇଛି।ଶ୍ରୀଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ଦ୍ୱାରା ଏହା ଉଦ୍ଘାଟିତ ହୋଇଛି।ତାଙ୍କ ସହିତ ମନ୍ଦିର ସେବାୟତ ଓ ବହୁ ସାଧୁ ସନ୍ଥ ମହାତ୍ମା ଜ୍ଞାନୀ ଗୁଣି ବିଦ୍ୱାନ ପଣ୍ତିତ ଏବଂ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ।ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରସାଶନିକ ଅଧିକାରୀ ଓ ସ୍ଥାନୀୟ...
ଘୋଷଯାତ୍ରା ପାଇଁ ବୁଗୁଡ଼ାରୁ ପୁରୀକୁ ରଥକାଠ ପ୍ରେରଣ ବୁଗୁଡା ,୨୦/୦୫(ସୋରେନ କୁମାର ପ୍ରଧାନ): ଦକ୍ଷିଣ ଘୁମୁସର ବନଖଣ୍ତ ଅଧିନସ୍ତ ବୁଗୁଡା ବନାଞ୍ଚଳର ଖରିଡା ସଂରକ୍ଷିତ ଜଙ୍ଗଲ ଏବଂ ବି.ବ୍ରହ୍ମପୁର ଗ୍ରାମରୁ ପାଞ୍ଚ ଗୋଟି ଫାର୍ସି ଗଛ ଚିହ୍ନଟ କରାଯାଇ ସେଥିରୁ ୨୫୬ ଘନଫୁଟର ଆଠ ଖଣ୍ଡ କାଠ କଟାଯାଇ ଏକ ଟ୍ରକ ଯୋଗେ ପୁରୀ ରଥଖଳାକୁ ପ୍ରେରଣ କରାଯାଇଥିବା ଜଣାଯାଇଛି । ଉକ୍ତ ରଥକାଠ ପ୍ରେରଣ ସମୟରେ ରଥକାଠ ବୋଝେଇ ଗାଡିକୁ ବି.ବ୍ରହ୍ମପୁର ଓ ଖରିଡା ଗ୍ରାମବାସୀ ଘଣ୍ଟତାଳ ଓ ମୃଦଙ୍ଗ ବଜାଣ ସାଙ୍ଗକୁ ବନ୍ଦାପନା କରି ଗାଡିକୁ ବିଦାୟ ଦେଇଥିଲେ। ପୁରୀ ଘୋଷଯାତ୍ରାରେ ରଥ ନିର୍ମାଣ ନିମନ୍ତେ...
ବୈରୀ ପୋଲିସ ପକ୍ଷରୁ ସଚେତନା କାର୍ଯ୍ୟକ୍ରମ। ଯାଜପୁର ଜିଲ୍ଲା ବୈରୀ ଥାନା ପୋଲିସ ପକ୍ଷରୁ ନୂତନ ଭାବେ ପ୍ରଣୀତ ଆଇନ୍ ଏବଂ ନିଶା ନିବାରଣ ସଂପର୍କରେ ଏକ ସଚେତନା କାର୍ଯ୍ୟକ୍ରମ ଛତିଆ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ସ୍ଥିତ ପରିସରରେ ମଙ୍ଗଳ ବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ବୈରୀ ଥାନା ଅଧିକାରୀ ଅଂଶୁମାଳା ଦାସ ଯୋଗ ଦେଇ ଛାତ୍ରୀଛାତ୍ର ମାନଙ୍କୁ ନୂତନ ଭାବେ ପ୍ରଣୀତ ଆଇନ୍ ସଂପର୍କ ରେ ଆଲୋଚନା କରି ବୁଝାଇ କହିଥିଲେ । ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମନୋଜ କୁମାର ମିଶ୍ର, ପିଲା ମାନଙ୍କୁ ନିଶା...
ବୁଗୁଡା ରେ "ଅପରେସନ ସିଦୂର"ର ସଫଳତା ଉଦେଶ୍ୟରେ ତ୍ରିରଙ୍ଗା ଶୋଭାଯାତ୍ରା ବୁଗୁଡା,୨୦/୦୫(ସୋରେନ କୁମାର ପ୍ରଧାନ):ବୁଗୁଡା ସହରରେ "ଅପରେସନ ସିନ୍ଦୂର"ର ସଫଳତା ଉଦେଶ୍ୟରେ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ୨୦/୦୫/୨୫ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଅପରେସନ ସିନ୍ଦୂର ର ସଫଳତା ଯୋଗୁଁ ଭାରତର ବୀର ସୈନିକମାନେ ଆତଙ୍କବାଦିଙ୍କ ବିରୁଦ୍ଧରେ ନିଆଯାଇଥିବା ସାହସିକ ଆକ୍ରମଣ ପଦକ୍ଷେପକୁ ସମର୍ଥନ ଏବଂ ଉତ୍ସାହିତ କରିବା ନିମନ୍ତେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ବୁଗୁଡା ନଗର ସଭାପତି କେଦାରନାଥ ମହାରଣାଙ୍କ ତତ୍ତ୍ୱାବଧାନରେ ଆଜି ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା...
(ସତର ଦଫା ଦାବିନେଇ ସମ୍ପୃକ୍ତ କୃଷକ ମୋର୍ଚା ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ) ଜଗତସିଂହପୁର ତା =20/5/25 କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସମ୍ପୃକ୍ତ କୃଷକ ମୋର୍ଚା ଡାକରାରେ ସତର ଦଫା ଦାବି ନେଇ ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଛି | ଶ୍ରମିକ ବିରୋଧୀ ଚାରୋଟି ଶ୍ରମକୋଡ଼ କୁ ବାତିଲ କରିବା, ଅଣ ସଂଗଠିତ ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀ ମାସିକ ଛବିଶି ହଜାର ଟଙ୍କା ପ୍ରଦାନ କରିବା, ସମାନ କାମକୁ ସମାନ ଦରମା ପ୍ରଦାନ କରିବା, ରାଷ୍ଟ୍ରୟତ ଉଦ୍ୟୋଗ ର ଘରୋଇ କରଣ ବନ୍ଦ କରିବା, ଆଦି ସତର...