ବଜ୍ରପାତରେ ଘର ସମ୍ପୃନ ପୋଡ଼ିଯାଇଛି...................।............ ସିମୁଳିଆ 30/4 ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଜlମୁଝlଡି ପଂଚାୟତ ମାଟିଆପଡ଼ା ଗ୍ରାମ ର ବଳରାମ ଲେଙ୍କା ଙ୍କ ଘର ଗତକାଲି ରାତିରେ ବଜ୍ରପାତ ରେ ନିଆଁ ଲାଗି ସମ୍ପୂର୍ଣ ପୋଡ଼ି ଯାଇଛି l ଆଜି ସକାଳେ ଏହି ଖବର ପାଇ ବାଲେଶ୍ୱର ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହ୍ୟୁମାନ କେୟାର ଫାଉଣ୍ଡେସନ ର ସଦସ୍ୟ ମାନେ ତାଙ୍କ ଘରକୁ ଯାଇ ରାସନ୍ ସାମଗ୍ରୀ,ଶୁଖିଲା ଖାଦ୍ୟ,ହାଣ୍ଡି,କରେଇ ଏବଂ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି.
: ବିପ୍ର ଫାଉଡେସନ ତରଫରୁ ଭଗବାନ ପର୍ଶୁରାମଙ୍କର ଜୟନ୍ତୀ ଉତ୍ସବ ପାଳିତ : ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ତ ଫାଟକ ନିକଟସ୍ଥ ଧର୍ମଶାଳା ଠାରେ ବିପ୍ର ଫାଉଡେସନ ତରଫରୁ ଭଗବାନ ପର୍ଶୁରାମଙ୍କର ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ସକାଳ ବେଳା ଯଥାବିଧି ପୂଜାକର୍ମକାଣ୍ଡ ପରେ ଆରତୀ ହୋଇଥିଲା ବେଳେ ସନ୍ଧ୍ଯା ବେଳା ଭଗବାନ ପର୍ଶୁରାମଙ୍କର ମୂର୍ତ୍ତୀକୁ ଫୁଲ ସଜ୍ଜିତ ବାହନରେ ବସାଇ ନଗର ପରିକ୍ରମା କାର୍ଯ୍ଯକ୍ରମ ହୋଇଥିଲା l ଏହି ଭକ୍ତିମୟ ପରିବେଶରେ ବହୁ...
ଅକ୍ଷୟ ତୁତୀୟାରେ ରଥକାଠ ଅନୁକୂଳ ହେଲା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ : ଆଜି ପବିତ୍ର ଅକ୍ଷୟ ତୁତୀୟା l ଶ୍ରୀ ଜଗନ୍ନାଥ ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା l ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ର ଦ୍ବିତୀୟ ବୁହତ୍ତମ ସହର ରାଇରଙ୍ଗପୁର ସହରସ୍ତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଯଥାବିଧି ପୂଜା କର୍ମାଣି ପରେ ରଥତିଆରି କାଠ ଶୁଭ ଅନୁକୂଳ କରାଯିବା ସହିତ...
ମନ୍ତ୍ରମୁଗ୍ଧ ମନ୍ତ୍ରସାର ସ୍ୱାଭିମାନୀ ପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସ - ଝଙ୍କଡ଼ ସାହିତ୍ୟ ସଂସଦ ମଧୁ ଜୟନ୍ତୀରେ ବକ୍ତାମାନଙ୍କ ମନ୍ତବ୍ୟ ତିର୍ତ୍ତୋଲ ୩୦/୪- (ରିପୋର୍ଟ-ଟୁକନ ସେଠୀ)-ସାଧାରଣ ଜନତାଙ୍କ ହୃଦୟ ବନ୍ଦରରେ ଦେଶପ୍ରୀତି ଜାଗ୍ରତ କରିବାରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ମନ୍ତ୍ରମୁଗ୍ଧ ମନ୍ତ୍ରସାର ସ୍ୱର ଓଡ଼ିଆ ସ୍ୱାଭିମାନର ପ୍ରତୀକ ବୋଲି ୧୭୮ ତମ ମଧୁ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଧକ୍ଷା ଡ଼. ବୈଜୟନ୍ତୀମାଳା ଶତପଥି ଯୋଗଦାନ କରି ମତବ୍ୟକ୍ତ କରିଥିଲେ l ତେନ୍ତୁଲିପଦା ସ୍ଥିତ ସାରଳାରୋଡ଼ ଦୋସଡ଼ିକି ଛକ ସାରଳା ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ ବାଟିକାରେ ଝଙ୍କଡ଼ ସାହିତ୍ୟ ସଂସଦ ପ୍ରାୟୋଜିତ ମଧୁ ଜୟନ୍ତୀ...
ବାଲେଶ୍ଵରର ୨୦୨୫ ଜଉକଣ୍ଢେଇ ବାହାଘର ପାଇଁ ଜଉକଣ୍ଢେଇ ନିର୍ମାଣ ଶୁଭାରମ୍ଭ ହେଲା ବାମପଦାରେ* *ଅପର୍ତ୍ତୀ - ଗୁରେଇ ଜଉକଣ୍ଢେଇ ନିର୍ମାଣ ଶୁଭାରମ୍ଭ* ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିରେ ପବିତ୍ର ରାମନବମୀ ଅବସରରେ ବାଲେଶ୍ଵର ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ତରଫରୁ ଅପର୍ତ୍ତୀ ଗୁରେଇ ଜଉକଣ୍ଢେଇ ନିର୍ମାଣ ଶୁଭାରମ୍ଭ କରାଯାଇ ମାଟି ପୂଜା କରାଯାଇଛି। ଜଉକଣ୍ଢେଇ ନିର୍ମାଣ ଶୁଭାରମ୍ଭ ସଭାରେ କମିଟିର ମୁଖ୍ୟ ଉପଦେଷ୍ଟା ଶିଳ୍ପୀ କେଶୁଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲା ବେଳେ ସ୍ଥାନୀୟ ସରପଞ୍ଚ କୈଳାସ ସ୍ବାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜଉକଣ୍ଢେଇ ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ। ଓଡ଼ିଶା ସରକାରଙ୍କ କଳାକୃତି...
ଗରାମ ପଞ୍ଚାୟତରେ ଭତ୍ତା ଦୁର୍ନୀତି।* *,ପିଇଓ ଖାଇଗଲେ ଭତ୍ତା ଟଙ୍କା।* *ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ପୋଲ ଖୋଲିଲା।* - ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ରେ ଭତ୍ତା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ପଞ୍ଚାୟତ ରେ ପ୍ରାୟ ନଅଶହ ରୁ ଉର୍ଦ୍ଧ୍ବ ଭତ୍ତା ହିତାଧିକାରୀ ଅଛନ୍ତି। ସେଥିରୁ ପ୍ରାୟ ପାଞ୍ଚଶହ ରୁ ଉର୍ଦ୍ଧ୍ବ ଭେଣ୍ଡିଆ ପୁରୁଷ ଓ ପଚାସ ବର୍ଷ ରୁ କମ୍ ବୟସ୍କ ମହିଳା ମାନେ ମଧ୍ୟ ଭତ୍ତା ପାଉଥିବା ସୂଚନା ମିଳିଛି। ଏସବୁ କେମିତି ସମ୍ଭବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାଜଲ...
ପାରାଦୀପ ରେ ଡିଷ୍ଟ୍ରିବୁସନ୍ ଆସୋସିଏସନ ତରଫରୁ ଏମ୍ପାୟାର୍ସ ହୋଟେଲ ପରିସରରେ ସମସ୍ତ ଡିଷ୍ଟ୍ରିବୁସନ୍ ର କର୍ମକର୍ତ୍ତା ଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ସର୍ବ ଭାରତୀୟ ଉପଭୋକ୍ତା ଉତ୍ପାଦ ବିତରଣ ସଂଘ ଓ ଓଡିଶା ସମସ୍ତ ଉପଭୋକ୍ତା ଉତ୍ପାଦ ବିତରଣ ସଂଘର କର୍ମକର୍ତ୍ତା ମାନେ ଯୋଗ ଦେଇ କିଭଳି ଅନଲାଇନ ବ୍ୟବସାୟ ଦ୍ବାରା ଗ୍ରାହକ ମାନେ ଠକାମୀର ଶୀକାର ହେଉଛନ୍ତି , ସେଥିରୁ ସମସ୍ତେ କିପରି ନିବୃତ୍ତ ରହିବେ ସେଥିପାଇଁ ଗ୍ରାହକ ମାନେ ସଚେତନ ହେବା ଆବଶ୍ୟକ ରହିଛି। ଏନେଇ ଗାଁ ଗାଁ ଠାରୁ...
କୋଲକତା, ୨୯/୪/୨୫- ଉତ୍କଳୀୟ ମିଳିତ ମଞ୍ଚ ପକ୍ଷରୁ ଗତ ଅଠେଇସି ତାରିଖ ସନ୍ଧ୍ୟାରେ ଉତ୍କଳୀୟ ମିଳିତ ମଞ୍ଚ ଗୃହରେ ମଧୁବାବୁଙ୍କ ଜୟନ୍ତୀ ଉତ୍ସଵ ଖୁବ୍ ପାଳନ କରାଯାଇଛି ! ଶିକ୍ଷା ସେଲ୍ଲର ସମ୍ପାଦକ ପ୍ରଶାନ୍ତ କୁମାର ଦାସ ସଭା ପରିଚଳନା କରିଥିଲେ ! ସଭାପତି କୃତିବାସ ମହାପାତ୍ର ମଧୁବାବୁଙ୍କ ବିଷୟରେ ଅନେକ କିଛି ବକ୍ତ୍ୟବ ରଖି ସ୍ରୋତା ଵା ଦର୍ଶକ ମାନଙ୍କ ମନମୁଗ୍ଧ ହୋଇ ପାରିଥିଲେ ! ପ୍ରଦୀପ କୁମାର ସାହୁ ମଧୁ ବାବୁଙ୍କ...
( ଜ଼ିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ରେ ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ରଥ ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ) ଜଗତସିଂହପୁର ତା =30/4/25 ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଜଗତସିଂହପୁର ଜ଼ିଲ୍ଲା ର ବହୁ ପ୍ରାଚିନ୍ନ, ଐତିହ୍ୟ, ପରମ୍ପରା ସମ୍ପର୍ଣ୍ଣ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ରଥ ଅନୁକୂଳ କାର୍ଯ୍ୟକ୍ରମ ଜ଼ିଲ୍ଲାପାଳ ତଥା ଠାକୁରରାଜା ଜେ ସୋନାଲ ଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି |ଏହି ଉପଲକ୍ଷେ ପୂର୍ବାହ୍ନ ରେ ସେବାୟତ, ବିଶ୍ୱକର୍ମା, ସଂକୀର୍ତନ ମଣ୍ଡଳୀ ଏକ ଶୋଭାଯାତ୍ରା ରେ ଜ଼ିଲ୍ଲାପାଳ ତଥା ଠାକୁର ରାଜା ଙ୍କ ଆବାସିକ କାର୍ଯାଳୟ ରେ ପହଂଚିବା ପରେ ...
ଆଜି ସନ୍ଧ୍ୟା ରେ ଓଡିଶା ଦୁଗ୍ଧ ଚାଷୀ ମହାସଙ୍ଘ ତରଫରୁ OMFED ର ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଙ୍କୁ ରାଜ୍ୟ ସଭାପତି ରବି ବେହେରା, ରାଜ୍ୟ ସମ୍ପାଦକ ନାରାୟଣ ଡ଼ାଳୁଆ, କଟକ ଜିଲ୍ଲା ସଭାପତି ତାପସ ମହାନ୍ତି ଭେଟି 8 ଦଫା ଦାବୀ ପାତ୍ର ପ୍ରଦାନ କରିଥିଲେ, ପ୍ରମୁଖ ଦାବୀ ଦୁଗ୍ଧ ଲିଟର ପ୍ରତି ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ 40 ଟଙ୍କା ପ୍ରଦାନ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ରେ ସମସ୍ତ 25 ଲକ୍ଷ ଦୁଗ୍ଧ ଚାଷୀଙ୍କୁ ସାମିଲ କରିବା, ଗୋଖାଦ୍ୟ ଡର ନିୟ ନ୍ତ୍ରଣ, ମଧ୍ୟାହ୍ନ ଭୋଜନ ରେ ଦୁଗ୍ଧ ଓ...
ପଞ୍ଚମ ଦିନରେ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା , ଘଟ ପରିକ୍ରମାରେ ଶ୍ରଦ୍ଧାଳୁଙ୍କ ଭିଡ଼ ବୁଗୁଡ଼ା,୨୯/୦୪(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଠାକୁରାଣୀ ଯାତ୍ରାର ପଞ୍ଚମ ଦିବସରେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ଝୁଣା ସେବା ଓ ୧୦୮ ଆଳତି ପରେ ଘଟ ପରିକ୍ରମା ଆରମ୍ଭ ହୋଇଥିଲା । ପାଞ୍ଚ ଜଣ ମାନସିକଧାରୀ ମହିଳା ମିତା ନାୟକ, ଯାଜ୍ଞସେନୀ ସ୍ବାଇଁ, ପୂର୍ଣ୍ଣିମା ରାଣୀ ପ୍ରଧାନ, ପି.ରତ୍ନମାଳା ପ୍ରଧାନ ଓ ମଣି ମହାରଣା ....
ଯାତ୍ରୀବାହୀ ବସ୍ ଧକ୍କାରେ ଏଏନଏମ ଦିଦିଙ୍କ ମୃତ୍ୟୁ ବୁଗୁଡା,୨୯/୦୪(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଉପକଣ୍ଠସ୍ଥ ବଡଶଙ୍ଖ ନିକଟରେ ଏକ ଯାତ୍ରୀବାହୀ ବସ ଧକ୍କା ହୋଇ ଜନୈକା ସ୍କୁଟି ଆରୋହୀ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତା ମହିଳା ଜଣକ ହେଲେ କାନସୁକା ଏଏନଏମ ଦିଦି ରଚନା କୁମାରୀ ପ୍ରଧାନ (୪୨)। ପ୍ରକାଶ ଯେ, ଆଜି ଅପରାହ୍ନରେ ରଚନା ଏକ ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେଇ ବୁଗୁଡ଼ାରୁ କାନସୁକା ଗାଁକୁ ସ୍ବାମୀଙ୍କ ସହ ସ୍କୁଟିରେ ଫେରୁଥିବା ବେଳେ ବଡଶଙ୍ଖ ନିକଟରେ ମା’ ସାରଳା ନାମକ ଯାତ୍ରୀବାହୀ ବସ୍ ସହ ଧକ୍କା ହୋଇଥିଲା ଏବଂ ସେ ଛିଟିକି ପଡିଥିଲେ। ଦୁର୍ଘଟଣା...